ଦୁର୍ଘଟଣାରେ ଗୋଡ଼ ଭାଙ୍ଗିବା ପରେ ମହିଳା କୁଲି ବୁଧାଇଙ୍କ ଅବସ୍ଥା ଦୟନୀୟ, ସହାୟତା ପାଇଁ କଲେ ନିବେଦନ

ଜୟପୁର : ଦୁର୍ଘଟଣାରେ ଗୋଡ଼ ଭାଙ୍ଗିବା ପରେ ଜୟପୁର ସହରକୁ ଆସି କୁଲି କାମ କରି ପରିବାର ଚଳାଉଥିବା ଜୟପୁର ବ୍ଲକର କଙ୍ଗା ପଂଚାୟତର ପୁଜାରୀଗୁଡାର ମହିଳା ବୁଧାଇ ଭତରାଙ୍କ ଅବସ୍ଥା ଅତ୍ୟନ୍ତ ‌ଦୟନୀୟ ହୋଇ ପଡ଼ିଛି। ଗତ ୧୫ଦିନ ହେବ କାମ ଧନ୍ଦା କିଛି କରି ପାରି ନଥିବା ବେଳେ ଯାହା କିଛି ସଂଚୟ କରି ରଖିଥିଲେ ସେତିକିରେ ଚିକିତ୍ସା କରାଇଛନ୍ତି। ଏଭଳିକି କରୋନା ବାହାନା କରି କୋରାପୁଟ ଏସଏଲଏନ୍ ମେଡିକାଲ କଲେଜରେ ଗତ ୫ତାରିଖରେ ସେ ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ସେବା ଯୋଗାଇ ସୁସ୍ଥ କରିବା ବଦଳରେ ୭ତାରିଖ ଦିନ ଜୋର ଜବରଦସ୍ତ ଡିସଚାର୍ଜ କରାଯାଇଥିବା ଅଭିଯୋଗ କରିଛନ୍ତି ବୁଧାଇ ଓତାଙ୍କ ସ୍ବାମୀ ନିଳ ଭତରା। ଏପରିକି ଉନ୍ନତ ଚିକିତ୍ସା ଯୋଗାଇବାକୁ ବି ସେମାନଙ୍କୁ ଲାଂଚ ମାଗିଥିବା ବି ଉଭୟ ପତି ଓପତ୍ନୀ ଅଭିଯୋଗ କରିଛନ୍ତି। ଏମାନେ ଜୟପୁର ସହରକୁ ଦିନ ମଜୁରିଆ ଭାବେ କାମ କରିବାକୁ ଆସି ଗୋଟିଏ ଅଟୋରେ ଏମାନେ ଘରକୁ ଫେରୁଥିଲେ। ସଦରଥାନା ନିକଟରେ ଗୋଟିଏ ବଲୋର ଆଣି ଏମାନଙ୍କ  ଆଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପୁଲିସ ପହଚିଂ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲା। ଗୁରୁତର ଆହାତଙ୍କ ସମସ୍ତ ରକମର ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ବଲୋରର ମାଲିକ ପ୍ରତିଶ୍ରୃତି ଦେଇଥିଲେ । ପରବର୍ତ୍ତୀ ସମୟରେ  ସେ ଆଉ ଧରାଛୁଆଁ ଦେଉ ନଥିବା ଏମାନେ ଅଭିଯୋଗ କରିଛନ୍ତି। ବୁଦାଇ ଚାଳିବୁଲି ପାରୁ ନଥିବାରୁ ବୁଦାଇଙ୍କୁ ଗୋଟିଏ ଅଟୋ ଭଡ଼ା କରି ଜୟପୁର ଟାଉନଥାନାକୁ ତାଙ୍କ ପରିବାରବର୍ଗ ଧରିକି ଆସିଥିଲେ।

ମିଳିଥିବା ସୂଚନା ମୁତାବକ, ଗତ ୫ତାରିଖ ଦିନ ଜୟପୁର ସଦରଥାନା ନିକଟରେ କୁଲି ମହିଳାଙ୍କୁ ନେଇ ଯାଉଥିବା ଗୋଟିଏ ଅଟୋକୁ ବଲୋର ଧକ୍କା ଦେଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜୟପୁର ସହରକୁ ପ୍ରତିଦିନ ଭଳି କାମ କରିବାକୁ ଆସି ଘରକୁ ଫେରୁଥିବା ୫ଜଣ ମହିଳା ଗୁରୁତର ଆହତ ହୋଇଥିଲେ। ଜୟପୁର ବ୍ଲକର କଙ୍ଗା ପଂଚାୟତର ପୁଜାରୀଗୁଡ଼ା ଗାଁରୁଏମାନେ ସବୁ ଜୟପୁର କାମ କରିବାକୁ ଆସୁଥିଲେ। ଏମାନଙ୍କ ମଧ୍ୟରୁ  ଏହି ଗାଁର ନିଳ ଭତରାଙ୍କ ପତ୍ନୀ ବୁଦାଇ ଭତରାଙ୍କ ଅବସ୍ଥା ଏବେ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ତାଙ୍କ ବାମ ଗୋଡ଼ର ୨ଟି ସ୍ଥାନରେ ହାଡ଼ ଭାଙ୍ଗି ଯାଇଛି। ମେଡିକାଲ କଲେଜରୁ ଡିସଚାର୍ଜ ହେବା ପରେ ସେ ସେଭଳି ଘରେ ପଡ଼ି ରହିଛନ୍ତି। ତାଙ୍କ ପରିବାରରେ ୩ଟି ଝିଅ, ଗୋଟିଏ ପୁଅ ଓ ସ୍ବାମୀ ନିଳ ଏଭଳି ୬ଜଣ ରହିଛନ୍ତି। ନିଳ ବି ସହରକୁ ଆସି ଦିନ ମଜୁରିଆ କାମ କରୁଥିଲେ। ତେବେ ଗତ ୧୫ଦିନ ହେବ ସେ ପତ୍ନୀଙ୍କ ସେବାରେ ଲାଗିଥିବାରୁ ଏବେ ପରିବାରର ଆର୍ଥିକସ୍ଥିତି ଦୋହଲିଯାଇଥିବା କହିଛନ୍ତି। ଗୋଡ଼ର ଦୁଇଟି ସ୍ଥାନରେ ହାଡ଼ ଭାଙ୍ଗିଥିବାରୁ ଅସ୍ତ୍ରପ୍ରଚାର କରି ଷ୍ଟିଲ ରଡ଼ ଦେବାକୁ ପଡ଼ିବ ଏବଂ ଏଥି ପାଇଁ ୩୦ରୁ ୪୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଜଣେ ଡାକ୍ତର କହିଥିବା କହିଛନ୍ତି। ବଦାନ୍ୟ ବ୍ୟକ୍ତି କିମ୍ବା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସହାୟତା ଯୋଗାଇବାକୁ ବୁଧାଇ ନିବେଦନ କରିଛନ୍ତି। ମଟାଉନଥାନାରେ ଏ‌ ନେଇ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ଟାଉନଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ।

ସମ୍ବନ୍ଧିତ ଖବର