ବାରିପଦା : ନିଜ ଜନ୍ମ କଲା ଦୁଇ ଶିଶୁ କନ୍ୟାଙ୍କୁ ବିଷ ଦେଵା ସହ ନିଜେ ମଧ୍ୟ ବିଷ ପିଇଲା ମା' । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ଅଂଚଳରେ। ଲାବଣ୍ୟଦେଇପୁରର ପୂର୍ଣ୍ଣିମା ସିଂ ଦୁଇ ଝିଅ ସ୍ୱାମୀ ତୁରାମ ସିଂଙ୍କୁ ନେଇ ବାସ କରନ୍ତି। ସ୍ୱାମୀ ତୁରାମ ସିଂ ବାହାରେ ଦାଦନ କାମ କରୁଥିଲେ ।
ମିଳିଥିବା ସୂଚନା ଅନୁସାରେ ବିଭିନ୍ନ କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଘରୋଇ କଳି ଲାଗି ରହିଥିଲା ତେବେ ସ୍ୱାମୀ ସ୍ତ୍ରୀ ଝଗଡା ଲାଗିରହିବା ସହିତ ଅଭାବ ଅନାଟନକୁ ସହି ନପାରି ଶେଷରେ ଜଙ୍ଗଲରୁ ବିଷାକ୍ତ ଚେର ମୂଳିକୁ ବାଟି ନିଜ ଦୁଇ ଝିଅଙ୍କୁ ଦେବା ସହ ନିଜେ ମଧ୍ୟ ପିଇ ଦେଇଥିଲେ । ତେବେ ଘଟଣା ବିଷୟରେ ଜାଣି ସ୍ଥାନୀୟ ଲୋକ ସେମାନଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନା ଏବଂ ପରେ ଗୁରୁତ୍ୱର ଅବସ୍ଥା ରେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । ତେବେ ବାରିପଦା ମେଡିକାଲ ରେ ମା' ପୂର୍ଣ୍ଣିମା ମୃତ୍ୟୁ ବରଣ କରିଥିବା ବେଳେ ୬ ବର୍ଷ ଏବଂ ଅନ୍ୟଜଣେ ୭ ବର୍ଷର ଝିଅ ଭାଗ୍ୟ ବଶତଃ ବଞ୍ଚିଯାଇଛନ୍ତି। ସେପଟେ ବାହାରେ ରହୁଥିବା ସ୍ୱାମୀ ଦାଦନ ଖଟୁଥିବା ବେଳେ ଏଭଳି ଖବର ଶୁଣି ଘରେ ପହଂଚିଛନ୍ତି । ପୁରା ଘଟଣା କୁ ଶରତ ପୋଲିସ ତଦନ୍ତ କରୁଛି । ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/dead-new-indian-express.jpg)