ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧିନ ବାଲିପାଟଣା ଥାନା ନରିଶୋ ପଞ୍ଚାୟତ ଖଜୁରୀଆପଡା ମିଶ୍ରସାହିରେ ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଜ୍ୟୋତିପ୍ରକାଶ ମିଶ୍ରଙ୍କ ପତ୍ନୀ ଅନୁସୟା ମିଶ୍ର (୪୫)। ଗତକାଲି ଅପରାହ୍ନରେ କୌଣସି କାରଣକୁ କେନ୍ଦ୍ର କରି ଅନୁସୟା ଘରେ ବିଷ ପିଇ ଦେଇଥିଲେ। ପରିବାର ଲୋକେ ଉଦ୍ଧାର କରି ତୁରନ୍ତ ନିଆଳି ମେଡିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠା ଯାଇଥିଲା। ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମହିଳାଙ୍କ ଦେହାନ୍ତ ହୋଇଛି। ଆସନ୍ତାକାଲି ଶବ ବ୍ୟବଛେଦ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।
ବିଷ ପିଇ ଆତ୍ମହତ୍ୟା କଲେ ମହିଳା
/sambad/media/post_attachments/wp-content/uploads/2022/06/dead-f-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)