ସ୍ବାମୀର ନିର୍ଯାତନା ସହି ନ ପାରି ସ୍ତ୍ରୀର ଆତ୍ମହତ୍ୟା ଅଭିଯୋଗ

ଉମରକୋଟ: ସ୍ବାମୀର ନିର୍ଯାତନା ସହି ନ ପାରି ସ୍ତ୍ରୀ ଶେଷରେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଲା। ଏପରି ଏକ ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବକଦା ଗ୍ରାମପଞ୍ଚାୟତର ଜଡିଭଟ୍ଟ। ଗ୍ରାମରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ତହଲୁ ରାମ ସାହୁଙ୍କ ଝିଅ ଚାନ୍ଦିନୀ ସାହୁ (୨୨) ଏହି ଗ୍ରାମର ମନ୍ଦର କଲ।ରଙ୍କ ସହ ଠିକ୍ ବର୍ଷକ ତଳେ ପ୍ରେମ ବିବାହ କରିଥିଲେ। ବିବାହ କରିବା କିଛି ଦିନ ଯାଇଁ ଦୁହିଁଙ୍କ ଭିତରେ ସମ୍ପର୍କ ଭଲ ଥିଲା । କିନ୍ତୁ ପରେ ମନ୍ଦର ମଦ ପିଇ ସ୍ତ୍ରୀ ଚାନ୍ଦିନୀକୁ ନିର୍ଯାତନା ଦେବା, ନିସ୍ତୁକ ମାଡ ମାରିବା, ଗାଳି ଗୁଲଜ କରିବା ଆରମ୍ଭ କରିଥିଲା। ଏହାକୁ ସହ୍ୟ କରି ନ ପାରି ଶେଷରେ ଗତକାଲି ରାତି ଚାନ୍ଦିନୀ ନିଜ ଘରେ ବେକରେ ଏକ ଦୋୖଡି ଦେଇ ଆତ୍ମହତ୍ୟା କରିଥିଲେ।

ଘଟଣା ଘଟିବା ମାତ୍ରେ ପୁଲିସ ଓ ଲୋକଙ୍କୁ ଚକମା ଦେବା ପାଇଁ ବେକରୁ ମନ୍ଦର ଦଉଡି ଖୋଲି ଦେଇ ଦାଣ୍ଡ ରୁମ୍‌ରେ ରଖିଦେଇଥିଲା। ଚାନ୍ଦିନୀଙ୍କ ଦାଦା ନରେଶ ସାହୁ ଆଜି ଉମରକୋଟ ଥାନାରେ ଏତଲା ଦେବ। ପରେ ଉମରକୋଟ ପୁଲିସ ପହଞ୍ଚି ଚାନ୍ଦିନୀଙ୍କ ମର ଶରୀରକୁ ଉମରକୋଟ ଆଣି ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା। ଅଭିଯୁକ୍ତ ଚାନ୍ଦିନୀଙ୍କ ସ୍ବାମୀ ମନାଧର କଲ।ରଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଉମରକୋଟ ଥାନା ଆଇଆଇସି ନରେଶ ଚନ୍ଦ୍ର ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର