ଯାଜପୁର: ବେକରେ ଫାଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା

ଯାଜପୁର: ଯାଜପୁର ଠାରେ ଥିବା ଜିନ୍ଦଲ କମ୍ପାନିରେ କାର୍ଯ୍ୟରତ ପଙ୍କଜ କୁମାର ନାମକ ଜଣେ ଯୁୁବକଙ୍କ ପତ୍ନୀ ଅର୍ଚ୍ଚନା କୁମାରୀ( ୨୬ ବର୍ଷ) ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଅଣଓଡ଼ିଆ ଦମ୍ପତ୍ତି ବ୍ୟାସନଗରର ୧୫ ନମ୍ବର ଓ୍ଵାର୍ଡରେ ଏକ ଭଡ଼ା ଘରେ ରହୁଥିଲେ। ପ୍ରାୟ ୨ ବର୍ଷ ତଳେ ସେମାନଙ୍କର ବିବାହ ହୋଇଥିବା ବେଳେ ସେମାନଙ୍କର ଏକ ୧୧ ମାସର ଝିଅ ଅଛି। ଗତକାଲି ପଙ୍କଜ କୁମାର ରାତି ଡ୍ୟୁଟିରେ ଯାଇଥିବା ବେଳେ ଘରେ ପତ୍ନୀ ଅର୍ଚ୍ଚନା ଓ ୧୧ ମାସର ଶିଶୁ କନ୍ୟା ରହିଥିଲେ। ଆଜି ସକାଳୁ ପଙ୍କଜ ଡ୍ୟୁଟିରୁ ଘରକୁ ଫେରି ପତ୍ନୀଙ୍କ ଝୁଲନ୍ତା ମୃତ ଦେହ ଦେଖି ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର