କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା କୁକୁଡ଼ାହାଡ଼ ଗ୍ରାମରେ ଗୁରୁବାର ଟ୍ରେନ୍ ଆଗକୁ ଡେଇଁ ଜେମାଦେଇ ତାଣ୍ଡି (୪୫ବର୍ଷ) ନାମ୍ନୀ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ଗୁରୁବାର ଦିନ ସାଢ଼େ ୧୧ଟାରେ କୁକୁଡ଼ାହାଡ଼ ଗାଁର ଭୀଷ୍ମ ତାଣ୍ଡିଙ୍କ ସ୍ତ୍ରୀ ଜେମାଦେଇ ନିକଟସ୍ଥ ଘନାମହୁଲ ଗାଁ ପାଖରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଖବର ପାଇ ଘଟଣାସ୍ଥଳରେ କଣ୍ଟାବାଞ୍ଜି ଜିଆର୍ପି ଥାନା ଅଧିକାରୀ ସୀତାରାମ ସୁନାରି ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ କରୁଥିଛନ୍ତି। ଘରୋଇ କଳିକୁ ନେଇ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
ଟ୍ରେନ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2022/02/suicide1.jpg)
/sambad/media/agency_attachments/2024-07-24t043029592z-sambad-original.webp)