ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହରଡ଼ଘଣାରେ ପୁଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ଗାଁ ଜଙ୍ଗଲରୁ ଜଣେ ମଧ୍ୟ ବୟସ୍କ ମହିଳାଙ୍କ ଝୁଲନ୍ତା ମୃତ ଦେହକୁ ପୁଲିସ ଉଦ୍ଧାର କରିିଛି । ତେବେ ମୃତ୍ୟୁ ପୂର୍ବରୁ ମହିଳାଜଣକ ଅଭିଯୋଗ ନେଇ ଥାନାକୁ ଯାଇଥିବା କିଛି ବ୍ୟକ୍ତି ଦେଖିଥିବା କହୁଥିବା ବେଳେ ଥାନା ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି । ଏହାକୁ ନେଇ ପୁଲିସ ହରଡ଼ଘଣାରେ ପଡ଼ିଛି ।

ଆଜି ସକାଳେ ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟ ସମ୍ମୁଖ ଗ୍ରାମ୍ୟ ଜଙ୍ଗଲର ଏକ ଗଛରେ ଜଣେ ମହିଳାଙ୍କ ମୃତଦେହ ଝୁଲୁିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ ଖୋର୍ଦ୍ଧା ଟାଉନ୍ ଥାନାରେ ଏନେଇ ୨୮/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ଚାଲିଥିବା ଓ ବ୍ୟବଚ୍ଛେଦ ରିପୋର୍ଟ ଚାଲିଥିବାରୁ ମହିଳାଜଣକ କେଉଁ କାରଣରୁ ଘରୁ ଆସିଥିଲେ । କ’ଣ ପାଇଁ ତାଙ୍କ ମୃତ୍ୟୁ ଘଟିଲା ତାହା ଏବେ କୁହାଯାଇପାରିବନାହିଁ ବୋଲି ଥାନା ଏସ୍‌ଆଇ ରଶ୍ମୀ ରଂଜନ ଦାସ କହିଛନ୍ତି ।

ମିଳିଥିବା ସୂଚନାରେ ମହିଳା ଜଣକ ଗଡ଼ହଳଦିଆର ଲକ୍ଷ୍ମଣ ଭଂଜଙ୍କ ପତ୍ନୀ ବସନ୍ତ ମଂଜରୀ ଭଂଜ (୫୮) । ଗତକାଲି ଅପରାହ୍‌ଣରେ କୌଣସି କାରଣରୁ ଘରୁ ଚାଲିଆସିଥିଲେ । ପ୍ରାୟ ୩-୪ଟାରେ ଖୋର୍ଦ୍ଧା କୋର୍ଟ ଠାରେ କିଛି ଓକିଲଙ୍କ ସହାୟତାରେ ଏକ ଅଭିଯୋଗ ଲେଖାଇ ଟାଉନ୍ ଥାନାକୁ ଆସିଥିବା କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ଥାନା ପକ୍ଷରୁ ଏଭଳି କୌଣସି ବ୍ୟକ୍ତି ଥାନାକୁ ଆସିନଥିବା କିମ୍ବା ଅଭିଯୋଗ ଦେଇନଥିବା ସ୍ପଷ୍ଟୀକରଣ ଦିଆଯାଇଛି ।

ସମ୍ବନ୍ଧିତ ଖବର