ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ଅନ୍ତର୍ଗତ ବଲାଣୀ ଗ୍ରାମ ଅମାତ ଟୋଲାରେ ସବିତା ପାତ୍ର(୩୮)ଙ୍କର ପୋଖରୀରେ ବୁଡ଼ି ମୃତ ହୋଇଛି। ଆଜି ସକାଳେ ସେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲାବେଳେ ଗୋଡ଼ ଖସି ଯିବାରୁ ଗଭୀର ପାଣିରେ ବୁଡି ଯାଇଥିଲେ। ନିକଟସ୍ଥ ଲୋକେ ତାଙ୍କୁ ଉଦ୍ଧାର କରି ଆର୍ଜିଏଚ୍କୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସଂପର୍କରେ ଲାଠିକଟା ଥାନାରେ ଖବର ହେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୋଖରୀରେ ବୁଡ଼ି ମହିଳା ମୃତ
/sambad/media/post_attachments/wp-content/uploads/2018/09/drawn-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)