କେନ୍ଦୁପତ୍ର ତୋଳୁଥିବା ସମୟରେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟଣା: ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲା ମୃତକାଙ୍କ ପୁଅ

ପତ୍ନୀଙ୍କ ଶେଷକୃତ୍ୟ ପାଇଁ ଆସି ସ୍କୁଲରେ ସଙ୍ଗରୋଧରେ ଅଛନ୍ତି ସ୍ବାମୀ

ପାଟଣାଗଡ଼: ପାଟଣାଗଡ଼ ଭାଲୁପିଟା ଗ୍ରାମର ଜଙ୍ଗଲରେ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିବା ବେଳେ ପତ୍ର ତୋଳୁଥିବା ସମୟରେ ଗ୍ରାମର ଶୋଭାଗିନି ମଲ୍ଲିକ ନାମକ ଜୈନିକା ମହିଳା ଶ୍ରମିକଙ୍କ ସୋମବାର ମୃତ୍ୟୁ ଘଟିଥିଲା । ମୃତ ପତ୍ନୀର ଶେଷ ଯାତ୍ରାରେ ସାମିଲ ହୋବ ପାଇଁ ଝାରସୁଗୁଡା ଠାରେ ଫଶି ରହିଥିବା ଶୋଭାଗିନୀଙ୍କ ସ୍ବାମୀ ପଙ୍କଜ ମଲ୍ଲିକ ରାତିରେ ନିଜ ଗ୍ରାମରେ ପହଞ୍ଚିଥିବା ବେଳେ ପତ୍ନୀଙ୍କ ଆନ୍ତେଷ୍ଟି ପରେ ଗ୍ରାମବାସୀ ପଙ୍କଜଙ୍କୁ ସଙ୍ଗରୋଧରେ ରହିବା ପାଇଁ ଜିଦ କରିବାରୁ ବର୍ତ୍ତମାନ ସେ ଗ୍ରାମର ସ୍କୁଲ ଗୃହରେ ସଙ୍ଗରୋଧରେ ଥିବା ଜଣାପଡିଛି । ଅପର ପକ୍ଷରେ ଶୋଭାଗିନିଙ୍କ ପୁଅ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ବିଡିଓଙ୍କ ଠାରେ ନିଜ ବାପାଙ୍କୁ ଘରେ ସଙ୍ଗାରୋଧରେ ରଖାଯିବା ନେଇ ଅନୁମତି ଦିଆଯାଉ ବୋଲି ଦାବୀ କରିଥିବା ଜଣାପଡିଛି ।

ସୋମବାର ଶୋଭାଗିନୀଙ୍କ କେନ୍ଦୁପତ୍ର ତୋଳୁଥିବା ସମୟରେ ମୃତ୍ୟୁ ହୋଇଥିଲା।  ଶୋଭାଗିନୀଙ୍କ ସ୍ବାମୀ ପଙ୍କଜ ଝାରସୁଗୁଡା ଠାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ବେଳେ ଲାକ୍ ଡାଉନ ହେତୁ ସେଠାରେ ଫଶି ରହିଥିଲେ।  ପଙ୍କଜ ଅନୁମତି ନେଇ ନିଜ ଗ୍ରାମକୁ ପହଞ୍ଚି ଅନ୍ତେଷ୍ଟି ଯାତ୍ରାରେ ସାମିଲ ହୋଇଥିବା ଜଣାପଡିଛି । ତେବେ ପଙ୍କଜ ଝାରସୁଗୁଡାରୁ ଆସିଥିବାରୁ ଗ୍ରାମବାସୀଙ୍କ ଚାପରେ ତାଙ୍କୁ ଗ୍ରାମରେ ଥିବା ସ୍କୁଲରେ ସଙ୍ଗରୋଧରେ ରହିଥିବା ଜଣାପଡିଛି ।

ଅପର ପକ୍ଷରେ ଶୋଭାଗିନୀଙ୍କ ପୁଅ ନିଜ ମାଁର ଶୁଦ୍ଧି କାର୍ଯ୍ୟ କରିବା ପାଇଁ କୌଣସି ବିଧି ଜାଣି ନ ଥିବାରୁ ଏ ନେଇ ପାଟଣାଗଡ଼ ବିଡିଓଙ୍କ ପାଖକୁ ଯାଇ ନିଜ ବାପା ପଙ୍କଜଙ୍କୁ ସ୍କୁଲରେ ସଙ୍ଗରୋଧରେ ରଖାଯିବା ବଦଳରେ ଘରେ ସଙ୍ଗରୋଧରେ ରଖାଯିବା ପାଇଁ ଅନୁମତି ପ୍ରଦାନ କରାଯିବା ନେଇ ଅନୁରୋଧ କରିଥିବା ଜଣାପଡିଛି । କାରଣ ପଙ୍କଜ ରାଜ୍ୟ ଭିତରେ ରହିଥିବା ବେଳେ ଘରେ ରହିଲେ ମାଁଙ୍କ ଶୁଦ୍ଧି କ୍ରୀୟାରେ ସହାୟତା ହୋଇ ପାରିବ ବୋଲି ମଧ୍ୟ ଦର୍ଶାଇଥିବା ଜଣାପଡିଛି ।

ସେହିପରି ସେ ଗରିବ ପରିବାରର ହୋଇଥିବା ଓ ବର୍ତ୍ତମାନ ବହୁ ଅସୁବିଦାରେ ରହୁଥିବା ଦର୍ଶାଇ ଶୋଭାଗିନୀର ପୁଅ ମନୋରଞ୍ଜନ ମଲ୍ଲିକ ଆଦିବାସୀ ସଂଘର ମହାସଚିବ ନିରଞ୍ଜନ ବିଶିଙ୍କ ସହ ଆସି ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସହ‌ାୟତା ପାଇଁ ଆଦେବନ କରିଥିବା ଜଣାପଡିଛି । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ପଦ୍ମାନଭ ପୁରୋହିତଙ୍କ ଭେଟି ଆବେଦନ ପତ୍ର ପ୍ରଦାନ କରିଥିବା ଜଣାପିଡିଛି ।  ମନୋରଞ୍ଜନର ଆବେଦନକୁ ସ୍ବିକୃତି ପ୍ରଦାନ କରା ଯାଇଥିବା ବେଳେ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ଅନ୍ୟପକ୍ଷରୁ ପାଟଣାଗଡ଼ ଗଣବାନା ସଂଘ ପକ୍ଷରୁ ମଧ୍ୟ ହଜାରେ ଟଙ୍କା ସହାୟତା ରାଶି ପ୍ରଦାନ କରା ଯାଇଥିବା ଜଣାପଡିଛି ା ବର୍ତ୍ତମାନ ସୁଦ୍ଧା ଭାଲୁପିଟା ଗ୍ରାର ସ୍କୁଲରେ ସଙ୍ଗରୋଧରେ ଥିବା ପଙ୍କଜଙ୍କ ପାଖରେ ପ୍ରଶାସନ ପହଞ୍ଚି ନ ଥିବା ଜଣାପଡିଛି । ତେଣୁ ସେ ସ୍କୁଲରେ ସଙ୍ଗରୋଧରେ ରହିଥିବା ଜଣାପଡିଛି । ଏ ନେଇ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ଧୁବଲପଡାର ସରପଞ୍ଚ ଓ ପିଇଓଙ୍କ ସହିତ ଯୋଗାଯୋଗ କରି ହରିଶ୍ଚିନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ପଙ୍କଜଙ୍କୁ ସ୍କୁଲ ବଦଳରେ ନିଜ ଘରେ ସଙ୍ଗରୋଧରେ ରଖାଯିବା ପାଇଁ ଗ୍ରାମାବସୀଙ୍କୁ ମନାଇବା ନେଇ କହିଥିବା ଜଣାପଡିଛି ।

ଏଠାରେ ପ୍ରକାଶ ଥାଉ କି, ସୋମବାର ଦିନ କେନ୍ଦୁପତ୍ର ତୋଳୁଥିବା ସମୟରେ ମନୋରଞ୍ଜନଙ୍କ ମାଁ ଶୋଭାଗିନୀଙ୍କ ମୃତ୍ୟୁ ହୋଇଥିଲାା ଖବର ପାଇ ପାଟଣାଗଡ଼ କେନ୍ଦୁପତ୍ର ବିଭାଗର ରେଞ୍ଜର ଜଗନ୍ନାଥ ଦାଶ ଘଟଣା ସ୍ଥଳକୁ ଯାଇ ମୃତ ଦେହ ଉଦ୍ଧାର କରିବା ସହିତ ବ୍ୟକ୍ତିଗତ ଭାବେ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ନେଇ କହିଥିଲେ ।

ସମ୍ବନ୍ଧିତ ଖବର