ଅନୁଗୁଳ: ଟ୍ରକ ଧକ୍କାରେ ମହିଳା ମୃତ, ଉତ୍ତ୍ୟକ୍ତ ଜନତାଙ୍କ ରାସ୍ତାରୋକ

ନାଲକୋ ନଗର: ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍ଗ ଛକ ନିକଟରେ ରବିବାର ଅପରହ୍ଣରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ବଅଁରପାଳ ପୁଲିସ ଘଟଣାସ୍ଥଳକୁ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।

ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ମହିଳାଙ୍କ ମୃତଦେହ ରାଜରାସ୍ତାରେ ପଡି ରହିଛି । ଟ୍ରକ ଚାଳକ ଗାଡି ଛାଡି ଘଟଣା ସ୍ଥଳରୁ ଚାଲିଯାଇଛି। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ସମ୍ବନ୍ଧିତ ଖବର