ଦୁର୍ଘଟଣାରେ ଯୁବତୀ ମୃତ

ଖୋର୍ଦ୍ଧା: ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଖଣ୍ଡପଡ଼ାର ପିନାକିନୀ ରଣା (୨୫) ନିଜର ସ୍କୁଟିରେ ପୁରୀ ଅଭିମୁଖେ ବାହାରିଥିଲେ । ସକାଳ ପ୍ରାୟ ୧୧ଟା ବେଳେ ଖୋର୍ଦ୍ଧା ଉପକଣ୍ଠ ଜାଗୁଳେଇପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଂଟକୁ ଧକ୍କା ଦେଇଥିଲେ । ହେଲେମେଟ୍ ପିନ୍ଧିଥିବାରୁ ମୁଣ୍ଡରେ ଆଘାତ ଲାଗିନଥିଲେ ମଧ୍ୟ ଧକ୍କା ଏତେ ତୀବ୍ର ଥିଲା ଯେ ଛାତି, ହାତର ହାଡ଼ ଭାଙ୍ଗିଯାଇଥିଲା । ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଟାଉନ୍ ଥାନା ପୁଲିସ ୧୫୮/୨୦୨୩ରେ ଏକ ମୋଟରଯାନ ଦୁର୍ଘଟଣା ମାମଲା ରୁଜୁ କରି ପରବର୍ତୀ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି।

ସମ୍ବନ୍ଧିତ ଖବର