କାର ଦୁର୍ଘଟଣାରେ ମା’ର ମୃତ୍ୟୁ, ଝିଅ ଗୁରୁତର

ଗୁଣପୁର : ଆଜି ମଧ୍ୟାହ୍ନରେ ଗୁଡାରିରୁ ଗୁଣୁପୁର ଫେରୁଥିବା ଏକ କାର (ଓଡ଼ି୧୮ଏଚ୮୪୪୬)  ବିକ୍ରମପୁର ଠାରେ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ମା ଗୀତାଞ୍ଜଳି ସୁନାମୁଦିଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ବର୍ଷା ସୁନାମୁଦି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ସାମାନ୍ୟ ଆହତ ହୋଇଛନ୍ତି ।

ଗୁଣୁପୁର ହସ୍ପିଟାଲରେ ଗୁରୁତର ଭାବେ ଆହତ ଝିଅର ଚିକତ୍ସା ଚାଲିଛି ।  ଘଟଣାସ୍ଥଳରେ ଗୁଣୁପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ନିଜ ସ୍ୱାମୀ ତଥା ଗୁଡାରି ବ୍ଲକର ବରିଷ୍ଠ କିରାଣୀ କୃଷ୍ଣ ଚନ୍ଦ୍ର ସୁନାମୁଦିଙ୍କୁ ଛାଡି  ଗୁଣୁପୁର ସ୍ଥିତ ବୃନ୍ଦାବତୀ ନଗର ଥିବା ନିଜ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ଲେଖାଯିବାବେଳକୁ ମୃତ ଗୀତାଞ୍ଜଳୀଙ୍କ ଶବ ବ୍ୟବଛେଦ କରାଯାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର