କଂଟାବାଞ୍ଜି: ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ମୃତ ମହିଳା ଜଣକ ହେଲେ ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ଥାନା ଝରନି ଗାଁର ତିଲୋତମା ବଛା (୨୫) । ତିଲୋତମା ସବୁଦିନ ପରି ନିଜ କୁଅଁକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଲାଗିଥିବା ବିଦ୍ୟୁତ ତାର ନିଜର ଅସାବଧାନତା ଯୋଗୁ ଲାଗିଯାଇଥିଲା । ତିଲୋତମା ଘର ଲୋକ ଖବର ପାଇଁ କଂଟାବାଞ୍ଜି ଡାକ୍ତରଖାନା ଚିକିତ୍ସା ପାଇଁ ଆଣିଥିଲେ । ହେଲେ ଡାକ୍ତର ତିଲୋତମାକୁ ମୃତ ଘୋଷଣା କରିଥିଲେ । କଂଟାବାଞ୍ଜି ପୁଲିସ ଶବ ଜବତ କରି କଂଟାବାଞ୍ଜି ଡାକ୍ତରଖାନାରେ ଶବ ବ୍ୟବଚ୍ଚେଦ କରାଇ ପରିବାର ବର୍ଗକୁ ହସ୍ତାନ୍ତର କରିଛି ।
ବଲାଙ୍ଗୀର: ବିଦ୍ୟୁତ ଆଘାତରେ ମହିଳା ମୃତ
/sambad/media/post_attachments/wp-content/uploads/2020/04/Dead-Body-380x214.jpg)