ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସୋସୋ ଥାନା ଅଧୀନ କାନପୁର ଗ୍ରାମରେ ଧାନ ପେଷିବା ସମୟରେ ହଲର ମେସିନରେ ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। କାନପୁର ଗ୍ରାମର ବିଜୟ ଖମାରୀଙ୍କ ପତ୍ନୀ ସଂଯୁକ୍ତା ଖମାରୀ ନିଜ ଧାନ ପେଷିବା ପାଇଁ ଆଜି ଏକ ହଲର ମେସିନକୁ ଡକାଇଥିଲେ। ଘର ସମ୍ମୁଖରେ ସେ ମେସିନରେ ଧାନ ଢାଳୁଥିଲେ। ଅସାବଧାନତା ଯୋଗୁଁ ତାଙ୍କ ଲୁଗା ହଲର ମେସିନରେ ଗୁଡ଼ାଇ ହୋଇଯିବାରୁ ତାଙ୍କ ମୁଣ୍ଡ ମେସିନରେ ଚାପି ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଏନେଇ ଆଗରପଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧର କରିଛନ୍ତି। ଖବର ପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ହଲର ମେସିନରେ ଚାପିହୋଇ ମହିଳା ମୃତ
/sambad/media/post_attachments/wp-content/uploads/2023/06/dead-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)