କଳାହାଣ୍ଡିରେ ଘର ଭିତରକୁ ମାଡ଼ିଗଲା ଟ୍ରକ, ମହିଳାଙ୍କ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଆଁଳାପାଳି ଛକ ନିକଟରେ ୧୬ଚକିଆ ଟ୍ରକ ଏକ ଘର ଉପରକୁ ମାଡି ଯିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଜି ସକାଳ ୮ଟା ସମୟରେ ମଦନପୁର ରାମପୁର ଥାନା ଅନ୍ତର୍ଗତ ଗୋପାଳପୁର ରାୟପୁର ୫୯ ଜାତୀୟ ରାଜପଥ ଆଁଳାପାଲି ଛକ ନିକଟରେ ଥିବା ରଙ୍କନିଧି ପଶାୟତଙ୍କ ଘରକୁ ମାଡି ଯାଇଥିଲା। ଟ୍ରକ ମାଡିଯିବା ଫଳରେ ରଙ୍କନିଧିଙ୍କ ସ୍ତ୍ରୀ ତୁଳସୀ ପଶାୟତ(୪୨)ଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିଲା। ପରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିବା ବେଳେ ମଦନପୁର ରାମପୁର ତହସିଲଦାର ସୟଦ ଇସାକ ମଦିନା, ଥାନାଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ ପହଂଚି ଘଟଣାର ତଦନ୍ତ କରୁଛନ୍ତି। ରାସ୍ତା ଅବରୋଧ ଫଳରେ ଦୁଇପଟେ ଶହ ଶହ ଗାଡି ଅଟକିରହିଥିଲା। ୧୬ ଚକ ବିଶିଷ୍ଟ ଏହି ଟ୍ରକ ତିନୋଟି ଘରକୁ ମାଡି ଯାଇଥିଲା। ଘଟଣା ସ୍ଥଳ ରେ ଶୋକର ଛାୟା ଖେଳି ଯାଇଥିବାବେଳେ ପରିସ୍ଥିତିକୁ ପୁଲିସ ଆୟତ୍ତରେ ରଖିଛି।

ସମ୍ବନ୍ଧିତ ଖବର