ଦେବଗଡ଼: ବଜ୍ରପାତ ଯୋଗୁଁ ଶୁକ୍ରବାର ସନ୍ଧ୍ୟାରେ ଜଣେ ମହିଳା ମୃତ୍ୟୁଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲାର ତିଲେଇବଣୀ ବ୍ଲକର ଶ୍ରୀନିବାସପୁର ଗ୍ରାମର ଟଙ୍କଧର ଦେହୁରୀଙ୍କ ସ୍ତ୍ରୀ ବୀନା ଦେହୁରୀ(୪୫) ସଂଧ୍ୟାରେ ଘରେ ଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଏଥିରେ ସେ ଆହାତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଦେବଗଡ଼ ଥାନା ପୁଲିସ ହସ୍ପିଟାଲରେ ପହଂଚି ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶନିବାର ପୋଷ୍ଟମର୍ଟମ କରାଯିବ ବୋଲି ପୁଲିସ ସୁତ୍ରରୁ ପ୍ରକାଶ।
ଦେବଗଡ଼: ବଜ୍ରପାତରେ ମହିଳା ମୃତ
/sambad/media/post_attachments/wp-content/uploads/2018/10/bright-lightning-purple-sky.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)