ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗାଁରେ ଆଜି ଜଣେ ମହିଳାଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ଅହଲ୍ୟା ଭଞ୍ଜ (୩୮)।
ସୂଚନା ଅନୁସାରେ ଶରତ ଭଞ୍ଜଙ୍କ ସ୍ତ୍ରୀ ଅହଲ୍ୟା ଆଜି ଅପରାହ୍ନ ପ୍ରାୟ ୩ଟାରେ ନିଜ ଘର ଛାତ ଉପରେ ଲୁଗା ତୋଳୁଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ସେ ଘଟଣାସ୍ଥଳରେ ହିଁ ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମହୁଲପାଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ଅଧିକ ଗୁରୁତର ହେବାରୁ ପରେ ତାଙ୍କୁ ଭୁବନସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୮ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଅହଲ୍ୟାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଛେଦ କରିବା ପାଇଁ ପଠାଇଛି। ଅନ୍ୟ ଜଣେ ମହିଳା ସେହି ଗ୍ରାମର ଲଳିତା ବଳଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ସୁସ୍ଥ ଅନୁଭବ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/SJM-L-LIGHTNING-0817-11.jpg)