ଟ୍ରେନ୍‌ ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ରେଳ ଷ୍ଟେସନ ନିକଟସ୍ଥ ବଡ ମଟକବାଡି ଗ୍ରାମରେ ଟ୍ରେନ୍‌ ଧକ୍କାରେ ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣକ ହେଲେ ବଡମଟକବାଡି ଗ୍ରାମର ଭାରତୀ କୁଶଲିଆ (୨୧)। ଯୁବତୀ ଜଣଙ୍କ ଶୌଚ କରିବା ନିମନ୍ତେ ଗାଁ ପାର୍ଶ୍ବ ନାଳକୁ ଯାଇଥିଲେ। ସେ ରେଳ ଲାଇନ ପାରହେବା ସମୟରେ ସମ୍ବଲପୁର ଠାରୁ ରାୟଗଡ଼ା ଅଭିମୁଖେ ଯାଉଥିବା ତପସ୍ବିନୀ ଏକ୍ସପ୍ରେସ୍‌ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିବା ଜଣାପଡିଛି ।

ଖବର ପାଇ ଘଟଣାସ୍ଥଳରେ ମୁନିଗୁଡା ଆର୍‌ପିଏଫ୍‌ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛି l ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆର୍‌ପିଏଫ୍‌ ପକ୍ଷରୁ ଜଣାପଡିଛି। ତେବେ ମହିଳାଙ୍କର ମୃତ୍ୟୁ ନେଇ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର