ନୂଆପଡ଼ା:ବସ ଧକ୍‌କାରେ ମହିଳା ମୃତ

ନୂଆପଡ଼ା:ଆଜି ସକାଳେ ନୂଆପଡ଼ା ଖରିଆର ଥାନା ରିସଗାଁ ନିକଟରେ ଏକ ବସ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ବେଲମତି ବାରିକ(୩୫ ବର୍ଷ)। ସେ ରାସ୍ତା ପାର ହେଉଥିବା ବେଳେ ତାଙ୍କୁ ଭବାନୀପାଟଣାରୁ ନୂଆପଡ଼ା ଆସୁଥିବା ଏକ ଘରୋଇ ବସ ଧକ୍କା ଦେଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧିତ ଖବର