କୁଚିଣ୍ଡା: ଗୁଣ୍ଡୁରୁଚୁଆଁ ନିକଟ ଗୁଲଜିପାଲି ଗ୍ରାମରେ ଆଜି ମଧ୍ୟାହ୍ନରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ ଗୁଲଜିପାଲି ଗ୍ରାମର ପ୍ରେମଶୀଳା କିସାନ ଆଜି ମଧ୍ୟାହ୍ନରେ ନିଜ ଚାଷ ଜମିକୁ ଯାଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା।
ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିଲେ। ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/snake.jpg)
