ଅନୁଗୁଳ: ମନ୍ଦିର ଯିବା ପାଇଁ ଫୁଲ ତୋଳୁଥିବା ବେଳେ କୁଅରେ ପଡ଼ି ଯୁବତୀ ମୃତ

ଅନୁଗୁଳ: ଆଜି ପବିତ୍ର କାର୍ତ୍ତି ପୂର୍ଣ୍ଣିମା। ସକାଳୁ ସକାଳୁ ମନ୍ଦିର ଯିବା ପାଇଁ ଜଣେ ଯୁବତୀ ଫୁଲ ତୋଳିବାକୁ ଘରୁ ବାହାରି ଥିଲେ। ନିଜ ବାଡ଼ିରେ କୂଅ ମୂଳରେ ଥିବା ଫୁଲ ଗଛରୁ ଫୁଲ ତୋଳୁଥିବା ବେଳେ ଅସାବଧାନତାବଶତଃ ଗୋଡ଼ ଖସିଗଲା। ଫଳରେ ଯୁବତୀ ଜଣକୁ କୁଅରେ ପଡ଼ି ମୃତ୍ୟୁ ବରଣ କରିଛନ୍ତିି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଗାଁରେ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ବଡ଼ି ଭୋରରୁ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମନ୍ଦିରକୁ ଫୁଲ ନେଇ ଯିବା ପାଇଁ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଗାଁର ଭୋଲାନାଥ ନାୟକଙ୍କ ୧୮ ବର୍ଷୀୟ ଝିଅ ଶୋଭାମୟୀ ନାୟକ ନିଜ ବାଡ଼ିରୁ ଫୁଲ ତୋଳିବାକୁ ଯାଇଥିଲେ। ଘରେ ପରିବାର ଲୋକେ ଶୋଇଥିବା ବେଳେ ଶୋଭାଭୟୀ ଏକୁଟିଆ ଫୁଲ ତୋଳିବାକୁ ଯାଇଥିଲେ। ତେବେ କୁଅ ପାଖରେ ଫୁଲ ତୋଳୁଥିବା ବେଳେ ଅସାବଧାନତା ବଶତଃ କୁଅ ଭିତରକୁ ଖସି ପଡ଼ିଥିଲେ। ଶବ୍ଦ ଶୁଣି ପରିବାର ଲୋକେ ଉଠି ଶୋଭାମୟୀଙ୍କୁ କୁଅରୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର