ବାରିପଦା: ଜଙ୍ଗଲରେ ପଡ଼ିଛି ଅଜଣା ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ ମୃତଦେହ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶୁଳିାପଡ଼ା ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଗମେ ନିକଯ ଜଙ୍ଗଲ ଭିତରେ ଜଣେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମତଦେହ ପଡ଼ିଛି। ଖବର ପାଇ ଏସ୍‌ପି ଓ ଶୁଳିଆପଦା ଥାନ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଶୁଳିଆପଦା ହାଣ୍ଡିଭଙ୍ଗା ଗ୍ରାମର କେତେକ ଲୋକ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଜଙ୍ଗଲ ଭିତରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏ ନେଇ ଗ୍ରାମବାସୀ ଶୁଳିଆପଦା ଥାନାକୁ ଖବର ଦେଇଥିଲେ।ମୃତ ମହିଳାଙ୍କ ବୟସ ଆନୁମନେିକ ୩୦ରୁ ୩୫ ବର୍ଷ ଭିତରେ ହେବ। ସମ୍ଭବତଃ କେତେକେ ଦୁର୍ବୃତ୍ତ ମହିଳାଙ୍କୁ କୌଣସି ପ୍ରକାରେ ଭୁଲାଇ ଆଣି ସେଠାରେ ହତ୍ୟା କରି ଫିଙ୍ଗି ଦେଇ ପଳାଇ ଯାଇଛନ୍ତି। ତେବେ ମହିଳାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ନାହିଁ। ହାଣ୍ଡିଭଙ୍ଗା କିମ୍ବା ଆଖପାଖ ଗାଁରେ କହି ମହିଳାଙ୍କୁ ପୂର୍ବରୁ ଦେଖି ନ ଥିବା ପୁଲିସ ନିକଟରେ କହିଥିବାରୁ ଘଟଣା ଅଧିକ ରହସ୍ୟମୟ ହୋଇ ଉଠିଛି।।

ସମ୍ବନ୍ଧିତ ଖବର