ନୀଳଗିରି: ନବବଧୁଙ୍କ ମାରି ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ସବ୍‌ଡିଭିଜନ ଅନ୍ତର୍ଗତ ବରହମପୁର ଥାନା ଅନ୍ତର୍ଗତ ସରୁଚମ୍ପା ଗାଁରେ ଜଣେ ନବବଧୁଙ୍କ ଝୁଲନ୍ତା ମୃତଦେହ ଗାଁ ନିକଟରୁ ଠାବ କରାଯାଇଛି। ନବବଧୁଙ୍କ ବେଶପୋଷାକ ଓ ପାରିପାଶ୍ୱିକ ପରିସ୍ଥିତିକୁ ଦେଖି ତାଙ୍କୁ ହତ୍ୟା କରାଯାଇ ଗଛରେ ତାଙ୍କ ଶାଶୁ ଘର ଲୋକେ ଟାଙ୍ଗି ଦେଇଥିବା ନବବଧୁଙ୍କ ବାପା ବ୍ରହ୍ମପୁର ଥାନରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିିବା ସୂଚନାରୁ ପ୍ରକାଶ ଯେ, ସରୁଚମ୍ପା ଗାଁର ସଦା କିଖୁଙ୍କ ଝିଅ ରୂପାଲି ଦେଶରା (୨୨ବର୍ଷ) ସେହି ଗାଁର ଚନ୍ଦ୍ର ଦେଶରାଙ୍କୁ ପ୍ରାୟ ଦେଢ଼ ବର୍ଷ ତଳେ ବିବାହ କରିଥିଳେ। ବର୍ତ୍ତମାନ ସୁଦ୍ଧା ସେମାନଙ୍କର କୌଣସି ସନ୍ତାନସନ୍ତତି ହୋଇ ନାହାଁନ୍ତି। ତେବେ ଆଜି ରୂପାଲିଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲ ଭିତରେ ଥିବାଏକ ଗଛରେ ଝୁଲୁଥିବା ଦେଖି ତାଙ୍କ ବାପା ସଦା କିଖୁ ଥାନାରେ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ନେଇ ଶାଶୁଘର ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର