ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ ପରେ ଚାପା ଉତ୍ତେଜନା

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ଗ୍ରାମ ପଞ୍ଚାୟତ ରଙ୍କାସିଙ୍ଗା ଗ୍ରାମରେ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ରଙ୍କାସିଙ୍ଗା ଗ୍ରାମର ମହିଳା ବିଜୁଳି ପ୍ରଧାନ (୬୫) ନାମକ ଜଣେ ବୃଦ୍ଧା ସକାଳ ୧୦ ଘଟିକା ସମୟରେ ଘର ସାମ୍ନାରେ ଥିବା ନଳକୂପରେ ଗାଧୋଇବା ପାଇଁ ପାଣି ମାଡୁଥିଲେ। ସେଇ ସମୟରେ ଯାଉଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହେଇଥିଲା। ଘଟଣା ସ୍ଥଳରେ ଲୋକ ରୁଣ୍ଡ ହୋଇଯାଇଥିବା ବେଳେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳରେ ଅନୁଗୋଳ ପୁଲିସ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । ମୃତ ମହିଳାଙ୍କ ପରିବାରବର୍ଗ ଏବଂ ଗ୍ରାମବାସୀମାନେ ଏକଜୁଟ ହୋଇ ରାସ୍ତା ଉପରେ ମହିଳାଙ୍କ ମୃତଦେହ ରଖି କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର