ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ରାଉରକେଲା : ଗତକାଲି ଦିନ ସମୟରେ କେ. ବଲାଙ୍ଗ ଥାନା ଅନ୍ତର୍ଗତ ମଞ୍ଚାବେଡା ଗ୍ରାମରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଘରୋଇ କଳିକୁ ନେଇ କୁଅଁର ସିଂ ତାଙ୍କ ସ୍ତ୍ରୀ ବୁଦ୍ଧବତୀ ସିଂଙ୍କୁ ଓଢଣୀ ସାହାଯ୍ୟରେ ତାଙ୍କ ମୁହଁ ଓ ବେକକୁ ଚିପି ଶ୍ବାସରୋଧ କରି ହତ୍ୟା କରିବା ପରେ ଘରେ କବାଟ ବନ୍ଦ କରି ଫେରାର ହୋଇ ଯାଇଥିଲା। ଆଜି ସକାଳୁ ପରିବାର ଲୋକ ସନ୍ଦେହ କରି କବାଟ ଖୋଲିବାରୁ ବୁଦ୍ଧବତୀଙ୍କର ମୃତ ଶରୀର ଦେଖି ସେହି ଗ୍ରାମର ବାପ ଘରକୁ ଖବର ଦେଇଥିଲେ ଓ ଖବର ପାଇ ମୃତକଙ୍କର ଭାଇ ଘାସିରାମ ସିଂ ଥାନାକୁ ଆସି ରିପୋର୍ଟ ଦେବାପରେ  ପୋଲିସ ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରି ଲହୁଣୀପଡା ମେଡିକାଲକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଅଭିଯୁକ୍ତ ସ୍ୱାମୀଙ୍କୁ କେ. ବଲାଙ୍ଗ ପୋଲିସ ରକ୍ସି ଅଂଚଳରୁ ସନ୍ଧ୍ୟାରେ ଧରି ପଚରାଉଚୁରା କରିବା ସହିତ ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର