ହରିଚନ୍ଦନପୁର: ଦୈତାରି-ବାଂଶପାଣି ରେଳପଥର ଗୌଣିଘସା ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ମାଲ୍‌ବାହୀ ଟ୍ରେନ୍‌ରେ କଟି ଭଗାମୁଣ୍ଡା ପଞ୍ଚାୟତ ବାଇଲୋବେଡ଼ା ଗ୍ରାମର ବିଚିତ୍ର ପ୍ରଧାନଙ୍କ ପତ୍ନୀ ସୁକୁମାରୀ ପ୍ରଧାନ (୫୦)ଙ୍କ ମୃତ୍ୟୁ ଘଟିଛି। ସୁକୁମାରୀ ଗତକାଲି ସନ୍ଧ୍ୟାରେ ଏକ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଯାଉଥିଲେ।

Advertisment

ଗୌଣିଘସା ଗ୍ରାମ ନିକଟରେ ରେଳଧାରଣା ଅତିକ୍ରମ କରିବାବେଳେ ତାଙ୍କୁ ଏକ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।