ବରଗଡ଼/ବିଜେପୁର: : ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବୈରକପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ମୁଖାପିନ୍ଧା ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କୁ ଭୂଜାଲିରେ ହାଣି ହତ୍ୟା କରିବା ସହିତ ଗୃହସ୍ୱାମୀ ଓ ଓ ତାଙ୍କ ଦୁଇ ପୁଅଙ୍କୁ ବରଣାନ୍ତକ ଆକ୍ରମଣ କରିଛନ୍ତି। ଖବରପାଇ ପୁଲିସ ଘଟରାସ୍ଥଳରେପହଞ୍ଚିସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ତେବେ ଏହି ଆକ୍ରମଣ ପଛରେ ଲୁଟ୍ କିମ୍ବା ଅନ୍ୟ କୌଣସି କାରଣ ରହିଛି ତାହା ଏ ପର୍ଯ୍ୟନ୍ତ ଜରାଟଶି ନାହଇର୍। ପୁଲିସ ଗଟରାର ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ବେଳେ ରାତିରେ ୪ ଜଣ ଦୁର୍ବୃତ୍ତ ବୈରକପାଲି ଗାଁରେ ପହଞ୍ଚିଥିଲେ। ସେମାନେ ଅତର୍କିତ ଭାବେ କବାଟ ଭାଙ୍ଗି ପ୍ରତିଷ୍ଠିତ ବୁଣାକାର କ୍ଷୀରୋଦ ମେହେର(୫୦ ବର୍ଷ)ଙ୍କ ଘରେ ପଶି ଥିଲେ। ଶ୍ରୀ ମେହେର , ତାଙ୍କ ପତ୍ନୀ ଜୟଶ୍ରୀ ମେହେର (୪୫ ବର୍ଷ), ପୁଅ ବଳାରାମ ମେହେର(୨୫ ବର୍ଷ), ଦେବାନନ୍ଦ ମେହେର(୧୮ ବର୍ଷ) ଆକ୍ରମଣ କରଥିିଲେ। ଏହି ଆକ୍ରମଣରୁ ବଳାରାମଙ୍କ ପତ୍ନୀ ବର୍ତ୍ତି ଯାଇଛନ୍ତି। ଦୁର୍ବୃତ୍ତମାନେ ମୁଖା ପିନ୍ଧିଥିବା ବେଳେ ସେମାନେ ପରିବାରର ସମସ୍ତଙ୍କୁ ଭୁଜାଲିିରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜୟଶ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ କ୍ଷୀରୋଦ, ବଳରାମ ଓ ଦେବାନନ୍ଦ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ବିଜେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପରିବାର ଲୋକଙ୍କ ପାଟି ଶୁଣି ଦୁର୍ବୃତ୍ତିମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଗଲାବେଳେ ସେମାନେ ଗୋଟିଏ ମୋଟର ସାଇକେଲରେ ଯାଇଥିବା ବେଳେ ଅନ୍ୟ ଏକ ମୋଟରସାଇକେଲକୁ ତରତରରେ ନେଇ ପାରି ନାହିଁନ୍ତି। ପୁଲିସ ଗୋଟିଏ ମୋଟର ସାଇକେଲକୁ ଜବତ କରି ତଦନ୍ତ କରୁଛି।
ବରଗଡ଼:ବିଳମ୍ବିତ ରାତିରେ ଘରେ ପଶି ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ, ମହିଳା ମୃତ, ସ୍ୱାମୀ, ୨ ପୁଅ ଗୁରୁତର
/sambad/media/post_attachments/wp-content/uploads/2018/12/Murder-Bairakpali_Thumbnail.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)