ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ ଜୁଙ୍ଗା ଛକରେ ଆଜି ଅପରାହ୍ଣରେ ଟ୍ରାକ୍ଟରରୁ ଖସିପଡ଼ି ବକ୍ସିବାରିଗାଁର ରତ୍ନା ମୁଣ୍ଡାଙ୍କ ପତ୍ନୀ ସାବିତ୍ରୀ ମୁଣ୍ଡ (୪୦)ଙ୍କ ମୃତ୍ୟୁ ଘଟିଛି। ସାବିତ୍ରୀ ଉକ୍ତ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିଲେ। ଆଜି ଟ୍ରାକ୍ଟରରେ ବସି ଜୁଙ୍ଗାରୁ ବକ୍ସିବାରିଗାଁ ଅଭିମୁଖେ ଆସୁଥିବାବେଳେ ଏକ ହମ୍ପ୍ସ ନିକଟରେ ସେ ତଳକୁ ଖସି ପଡ଼ିଥିଲେ। ଫଳରେ ଟ୍ରାକ୍ଟରର ମଝି ଚକ ସାବିତ୍ରୀଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଯୁବକମାନେ ୧୦୮ ଆମ୍ବୁଲାନ୍ସରେ ମୃତଦେହ କେନ୍ଦୁଝର ଡାକ୍ତରଖାନା ପଠାଇଛନ୍ତି।
ଟ୍ରାକ୍ଟରରୁ ଖସି ମହିଳା ଶ୍ରମିକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2020/08/tractor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)