ଜୟପୁର: କରୋନା ମହାମାରୀ ସଂକ୍ରମଣ ଭୟରେ ରକ୍ତଦାନ ଶିବିର ବି ଅନୁଷ୍ଠିତ ହେଉନି। ଅନ୍ୟ ପକ୍ଷରେ ଜୟପୁର ରକ୍ତଭଣ୍ଡାରରେ ଆବଶ୍ୟକ ପରିମାଣର ରକ୍ତ ବି ଗଚ୍ଛିତ ହୋଇ ରହିନି। ବହୁ ଜରୁରୀ ରୋଗୀ ରକ୍ତ ପାଇଁ ହନ୍ତସନ୍ତ ହେବାକୁ ପଡ଼ୁଛି। ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଚିକିତ୍ସିତ ହେଉଥିବା ଜୈନେକା ମହିଳା ରୋଗୀଙ୍କର ଉଚ୍ଚ ରକ୍ତଚାପ, ମଧୁମେହ, ପରାଲାଇସିସ୍ ବି ହୋଇଥିଲା। ତାଙ୍କର ରକ୍ତ ହୀନତା ହେବା ସହ ହିମୋଗ୍ଲୋବିନ୍ ୪ ରହିଥିଲା।
ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ କାମ କରୁଥିବା ଝିଆରୀ ଜଣକ ରକ୍ତ ସଂଗ୍ରହ ପାଇଁ ଲାଗି ପଡ଼ିଥିଲେ। ମହିଳା ଜଣକର ଏ ପଜିଟିଭ୍ ରହିଥିବା ବେଳେ ରକ୍ତଭଣ୍ଡାରରେ ଏହା ଉପଲବ୍ଧ ନଥିଲା। ତେବେ ସେ ନିଜେ ବି ପଜିଟିଭ୍ ଦେବା ସହ ସ୍ବେଚ୍ଛାସେବୀ କାର୍ତ୍ତିକ ରାଉତଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ସେ ସ୍ଥାନୀୟ ନୂଆସାହିରେ ରହୁଥିବା ଘରୋଇ ବସ ମାଲିକ ସଂଘରେ କାମ କରୁଥିବା ବାବୁଲା ପାଇକରାୟଙ୍କୁ ଯୋଗାଯୋଗ କରିଥିଲେ।
ଗତକାଲି ରାତିରେ ପ୍ରବଳବର୍ଷା ଲାଗି ରହିଥିଲେ ହେଁ ବର୍ଷାକୁ ଖାତିର ନ କରି ବର୍ଷାରେ ଭିଜି ଭିଜି ବାବୁଲା ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରିଛନ୍ତି। ଏଥି ପୂର୍ବରୁ ବି ବହୁ ସମୟରେ ଜରୁରୀ ରୋଗୀଙ୍କୁ ବାବୁଲା ଏଭଳି ରକ୍ତଦାନ କରି ବହୁ ଜୀବନ ବଂଚାଇଛନ୍ତି। ଏଭଳି କରିବା ଦ୍ବାରା ଆତ୍ମସନ୍ତୋଷ ମିଳେ ବୋଲି କହିଛନ୍ତି ବାବୁଲା। ବିପଦ ସମୟରେ ବିପଦର ବନ୍ଧୁ ସାଜିଥିବା ବାବୁଲାଙ୍କ ଭଳି ଅନ୍ୟ ଯୁବକମାନେ ବି ଜରୁରୀ ସମୟରେ ସ୍ବେଚ୍ଛାକୃତ ରକ୍ତଦାନ କରି ଅନ୍ୟର ଜୀବନ ବଂଚାନ୍ତୁ ବୋଲି ଅନୁରୋଧ କରିଛନ୍ତି ସ୍ବେଚ୍ଛାସେବୀ କାର୍ତ୍ତିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/f4163cf6-9347-4c4c-93c8-63780491db74.jpg)