ଭଦ୍ରକ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା ରୋଗୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଘଟଣା ସହିତ ସଂପୃକ୍ତି ରଖିଥିବା ବ୍ୟକ୍ତିକୁ ମେଡିକାଲ ପରିସରରେ ନିସ୍ତୁକ ଛେଚିବା ସହ ଧରି ଥାନାରେ ଜିମା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜନୈକ ମହିଳା ରୋଗୀ ଆସିଥିବା ବେଳେ ମେଡିକାଲ ଅସ୍ଥାୟୀ କର୍ମଚାରୀ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ।
ତେବେ ଡାକ୍ତରଖାନାରେ ଥିବା ଲୋକେ ଯୁବକଙ୍କୁ ଧରି ନିର୍ଧୁମ ଛେଚିଥିଲେ । ତେବେ ପରେ ଟାଉନ ପୁଲିସ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଛି। ଅନ୍ୟପଟେ ଯୁବକଙ୍କ ବାପା ମଧ୍ୟ ତାଙ୍କ ପୁଅକୁ ଉଦେଶ୍ୟମୂଳକ ଭାବେ ଫସାଯାଇଥିବା କହିଛନ୍ତି। ଏହି ଘଟଣାରେ ପୁଲିସ ତଦନ୍ତ କରୁଥିବା ନେଇ ଟାଉନ୍ ଆଇଆଇସି କହିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ନାମରେ ମାମଲା ରୁଜୁ ହୋଇ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Bhadrak-hospital.jpg)