ମହିଳାଙ୍କୁ ଅସଦାଚରଣ ଏବଂ ହତ୍ୟା ଉଦ୍ୟମ

ଦେବଗଡ଼: ଦେବଗଡ଼ ଥାନା ମାକରମୁଣ୍ଡା ଗାଁର ଜଣେ ମହିଳାଙ୍କୁ ଅସଦାଚରଣ ସହିତ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତା ମହିଳା ଥାନାରେ ଏତଲା ଦେବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ ଗୁରୁବାର ଦିନ ମାକରମୁଣ୍ଡା ଗାଁରେ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଏକ ବୈଠକ ବସିଥିଲା। ସଭା ଚାଲିଥିବା ବେଳେ ଗାଁର କଳିଙ୍ଗ ପ୍ରଧାନ ସେଠାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ସେଠାରେ ଉପସ୍ଥିତ ଏସ୍‌ଏଚ୍‌ଜି ସଦସ୍ୟା ଅଞ୍ଜଳି ପ୍ରଧାନ ଏହାର ପ୍ରତିବାଦ କରିବାରୁ କଳିଙ୍ଗ ତାଙ୍କୁ ଅସଦାଚରଣ କରିବା ସହ ହତ୍ୟା ଉଦ୍ୟମ କରିଥିଲେ। ଏପରିକି ସଭାରେ ଉପସ୍ଥିତ କଳିଙ୍ଗଙ୍କ ମା’ କ୍ଷୀରୋଦିନୀ ପ୍ରଧାନ ମଧ୍ୟ ଅଞ୍ଜଳୀଙ୍କୁ ମାଡ଼ ମାରିଥିଲେ। ତେବେ ସେଠାରେ ଉପସ୍ଥିତ ଅନ୍ୟ ମହିଳାମାନେ ଅଞ୍ଜଳିଙ୍କୁ ଉଦ୍ଧାର କରିଥିଲେ। ଶୁକ୍ରବାର ଏ ନେଇ ଅଞ୍ଜଳୀ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର