ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡଦିଆ ଗ୍ରାମପଞ୍ଚାୟତ ରାଜେନ୍ଦ୍ରାପଲ୍ଲୀ ଗାଁରେ ବଧୂହତ୍ୟା ହୋଇଥିବା ଝିଅର ମାମୁଁ ବାଂଶଡା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବାଂଶଡା ଥାନା ପୁଲିସ ସଦଳେବଳେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ଶବ ତଳେ ପଡ଼ିଥିବା ବେଳେ ବେକରେ ରଶି ବନ୍ଧାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ଘରେ ରଶିର ଆଉକିଛି ଅଂଶ ବନ୍ଧାଯାଇଥିବା ଦେଖିବାକୁ ମିଳିଛି। ତେବେ ମହିଳାଙ୍କ ବାପ ଘର ପରିବାର ଲୋକେ ଏହି ମୃତ୍ୟକୁ ଏକ ସୁପର କଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ତାଙ୍କ ଝିଅକୁ ମାରିଦେବା ପରେ ଶାଶୁ ଘର ଥାନାରେ ଲୋକେ ଝିଅର ବେକରେ ଖୁବ ଜୋରରେ ରଶି ଭିଡି ବାନ୍ଧି ଥିବ ବେଳେ ରାଶିର ଅନ୍ୟ ଅଂଶକୁ ଚାଳ ବାଉଁଶରେ ବାନ୍ଧି ଝିଅ ଆତ୍ମହତ୍ୟା କରିଥିବା ରୂପ ଦେଇଛନ୍ତି।
ଏନେଇ ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରତର ନେଇ ଅଭିଯୁକ୍ତ ମାନଙ୍କୁ ଅଟକ ରଖିଥିବା ବେଳେ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆଗକୁ ବଢ଼ାଇଛି। ଅଟକ ଥିବା ରତନ ଦଳେଇ, ସ୍ୱାମୀ ଚନ୍ଦନ ଦଳେଇ, ଶାଶୁ କବିତା ଦଳେଇ, ଦିଅର ବୁଲା ଦଳେଇ ଦାଦା ଶଶୁର ଓ ଖୁଡୀ ଶାଶୁଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ଅଭିଯୋଗକାରୀ ଶଶାଙ୍କ ପାତ୍ର ଝିଅର ମାମୁଁଙ୍କ ଅଭିଯୋଗରୁ ଜଣାଯାଏ କେନ୍ଦ୍ରାପଡ଼ା ଜିଲ୍ଲା ରଙ୍ଗଣୀ ଭେକ୍ଟା ଗ୍ରାମର ସୁଶାନ୍ତ ପାତ୍ରଙ୍କ ଝିଅ ସରସ୍ବତୀ ପାତ୍ର ଓରଫ ସରସ୍ବତୀ ଦକେଇ ବୈଦିକ ରିତିରେ ବାଂଶଡା ଥାନା ଚଡଦିଆ ରାଜେନ୍ଦ୍ରପଲ୍ଲୀ ଗ୍ରାମର ରତନ ଦଳେଇଙ୍କ ଏକ ମାତ୍ର ପୁଅ ସତ୍ୟରଞ୍ଜନ ଦଳେଇ ଓରଫ ଚନ୍ଦନ କୁ ବିବାହ କରିଥିଲେ। ବିବାହ ସମୟରେ ନଗଦ ଦେଢ଼ ଲକ୍ଷ ଟଙ୍କା ସହ ସମସ୍ତ ସୁନାରୂପା ଅଳଙ୍କାର ଘରକରଣା ଜିନିଷ ଦେଇଥିଲେ। ହେଲେ ଗୋଟିଏ ପୁଅ ହୋଇଥିବାରୁ ଅଧିକ ପଚାଶ ହଜାର ଟଙ୍କା ମାଗିଥିଲେ। ହେଲେ ବିବାହ ପରେ ଦାବୀ କରିଥିବାରୁ ଝିଅଘର ଟଙ୍କା ଦେବାକୁ ଅମଙ୍ଗ ହୋଇଥିଲେ। ଏନେଇ ବିବାଦ ସବୁବେଳେ ଲାଗିରହିଥିଲା। ଝିଅ ବାହା ହୋଇ ଆସିବା ପରେ ଶାଶୁଘର ଲୋକେ ଅଧିକ ଯୌତୁକ ଦାବିରେ ଆଉ ଝିଅକୁ ବାପ ଘରକୁ ଛାଡ଼ିନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/dead-corona.jpg)