କେନ୍ଦୁଝର: ବିବାହିତା ଯୁବତୀଙ୍କ ତଣ୍ଟି କାଟି ହତ୍ୟା

କେନ୍ଦୁଝର: ଜଣେ ସମ୍ପର୍କୀୟଙ୍କ ଘରକୁ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିବା ଜଣେ ୨୫ ବର୍ଷୀୟା ବିବାହିତା ଯୁବତୀଙ୍କ ତଣ୍ଟି କାଟି କେହି ଦୁର୍ବୃତ୍ତ ହତ୍ୟା କରିଛି। ମୃତ ଯୁବତୀଙ୍କ ନାମ ଶକୁନ୍ତଳା ମହାକୁଡ଼(୨୫ ବର୍ଷ) ଓ ତାଙ୍କ ଘର କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଷଡ଼ଙ୍ଗ ଗ୍ରାମରେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶଙ୍କୁନ୍ତଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ଷଡଙ୍ଗ ଗ୍ରାମରେ ନିଜର ଜଣେ ସମ୍ପର୍କୀଙ୍କ ବିବାହ ଉତ୍ସବରେ ଶକୁନ୍ତଳା ଯୋଗ ଦେବାକୁ ଯାଇଥିଲ। ଶକୁନ୍ତଳା ବିବାହିତା ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ତେବେ ସେହି ବିବାହ ଉତ୍ସବରେ ସନ୍ଧ୍ୟାରେ ଶକୁନ୍ତଳାଙ୍କ କେହି ଚିହ୍ନା ପରିଚିତ ବ୍ୟକ୍ତି ଫୋନ କରି ତାଙ୍କୁ ବାଡିପଟକୁ ଯିିବା ପାଇଁ ଡାକିଥିଲେ। ଶକୁନ୍ତଳାଏହି ଫୋନ ପାଇ ବାଡିପଟକୁ ଯାଇଥିବା ବେଳେ ହଠାତ କେହି ଦୁର୍ବୃତ୍ତ ତାଙ୍କ ତଣ୍ଟି କାଟି ଦେଇଥିଲେ। ତଣ୍ଟି କଟା ଅବସ୍ଥାରେ ଚିତ୍କାର କରି ବାଡ଼ିରୁ ଦୌଡ଼ି ଦୌଡ଼ି ଶକୁନ୍ତଳା ଦାଣ୍ଡ ପର୍ଯ୍ୟନ୍ତ ଆସିଥିଲେ ଓ ସେଠାରେ ପଡ଼ି ଯିବା ସହିତ ସଙ୍ଗେ ସଙ୍ଗେ ମୃତ୍ୟୁ ବରଣ କରିଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶକୁନ୍ତଳାଙ୍କୁ କିଏ ଫୋନ କରିଥିଲା, ତାହା ଜାଣିବା ପାଇଁ ପୁଲିସ ତାଙ୍କ ମୋବାଇଲ ଫୋନ ଜବତ କରି ତଦନ୍ତ କରୁଛି। ପୁଲିସ ସନ୍ଦେହ କରୁଛି ଯେ ପରକୀୟା ପ୍ରୀତିକୁ ନେଇ କେହି ଶକୁନ୍ତଳାଙ୍କୁ ହତ୍ୟା କରି ଥାଇ ପାରେ। ଏପରିକି ଏକପାଖିଆ ପ୍ରେମରୁ ଏପରି ଘଟି ଥାଇ ପାରେ ବୋଲି ପୁଲିସ ସନ୍ଦେହ କରି ମୃତ ଶକୁନ୍ତଳାଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର