ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖଣ୍ଟଘର ଗ୍ରାମ ପାରାଭାଡ଼ିସାହିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଜମିବାଡ଼ି ବିବାଦକୁ ନେଇ ଜଣେ ମହିଳାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି। ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି। ମୃତ ମହିଳା ଜଣକ ହେଲେ ଗ୍ରାମର ବଂଶୀଧର ନାୟକଙ୍କ ପତ୍ନୀ କୁନ୍ତଳା ନାୟକ (୫୫)।
ସୂଚନା ଅନୁସାରେ କୁନ୍ତଳାଙ୍କୁ ଘର ବାରଣ୍ଡାରେ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ଘଟଗାଁ ପୁଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରିଛନ୍ତି। ଜମିବାଡ଼ି ବିବାଦକୁ ନେଇ ରବୀନ୍ଦ୍ର ନାୟକ ଓ ତାଙ୍କର ଦୁଇ ପୁଅ ମଙ୍ଗଳୁ ନାୟକ, ପୁରେନ୍ଦ୍ର ନାୟକ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତ ରବୀନ୍ଦ୍ର ନାୟକ ଓ ତାଙ୍କ ପୁଅ ମଙ୍ଗଳୁ ନାୟକକୁ ପୁଲିସ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟତମ ପୁଅ ପୁରେନ୍ଦ୍ର ନାୟକ ଫେରାର ଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଫାଶୀ ଦିଆଯିବାକୁ ମୃତ ମହିଳାଙ୍କ ଭାଇ ବଳଭଦ୍ର ନାୟକ ଦାବି ଜଣାଇଛନ୍ତି।
ଏନେଇ ଘଟଗାଁ ଥାନାରେ ୨୨୩/୨୪ ମୂଳେ ଏକ ହତ୍ୟା ମାମଲା ରୁଜୁ କରାଯିବା ସହ ତଦନ୍ତକାରୀ ଥାନାଧିକାରୀ ଶୁଭ୍ରାନ୍ତ କୁମାର ଜେନା ଘଟଣାର ତଦନ୍ତ କରିଛନ୍ତି। ଆଜି ପାଟଣାରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/4fa88e67-67cc-4ffa-99db-1a20a677165f.jpeg)