ସ୍ୱାମୀଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ସ୍ତ୍ରୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଜଣେ ମହିଳା ନିଜ ସ୍ୱାମୀଙ୍କର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଳାପାଳଙ୍କୁ ଗୁହାରୀ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାରୁ ପ୍ରକାଶ ଯେ, ଗତ ୧୬ ତାରିଖ ଦିନ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ତେନ୍ତୁଳଖୁଣ୍ଟି ଗାଁର ଅଗସ୍ତି ମାଝୀ ନିଜ ଚା’ ଦୋକାନରେ ଚା’ ବିକ୍ରୟ କରୁଥିବା ସମୟରେ ସେହି ଗାଁ ର ଖିଲୁ ବାଗଙ୍କ ସହିତ ପାଟିତୁଣ୍ଡ ହେବାରୁ ଖିଲୁ ବାଗ କାଠ ଫାଳକୁ ଉଠାଇ ଆକ୍ରମଣ କରିଥିଲେ। ଏଥିରେ ଅଗସ୍ତିଙ୍କ ମୁଣ୍ଡ, ଆଖି, କାନ୍ଧ, ହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏନେଇ ସଦର ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଅଗସ୍ତି ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ବୁର୍ଲା ହସ୍‌ପିଟାଲରେ ଚିକିତ୍ସା କରିବାକୁ ମନା କରିବାରି ପୁଣି ଥରେ ପରିବାର ଲୋକେ ଅଗସ୍ତିଙ୍କୁ ଧରି ଘରକୁ ଫେରି ଆସିଥିଲେ।

ଗତ ୧୮ ତାରିଖ ଦିନ ଭବାନୀପାଟଣାରୁ ଏକ ଆମ୍ବୁଲାନ୍‌ସ ଗାଡ଼ି ପଠାଇ ଅଗସ୍ତି ମାଝୀଙ୍କୁ କୋଭିଡ ହସ୍ପିଟାଲ୍‌କୁ ନେଇ ଗଲେ। ଭବାନୀପାଟଣା କୋଭିଡ ମେଡିକାଲ୍‌ରେ ଅଗସ୍ତି ମାଝୀ ଗତ ୧୮ ତା ରିଖରୁ ୨୩ ତାରିଖ ପର୍ଯ୍ୟନ୍ତ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସିତ ଥିବାବେଳେ ଆକ୍ରମଣରେ ଆକ୍ରାନ୍ତିତ ଉପରେ ଚିକିତ୍ସା ଦିଆଯାଉନଥିଲା। ତେଣୁ ମୁଣ୍ଡ, ଆଖିରେ ମାଡ଼ ହେଇଥିବା ଯୋଗୁଁ ରକ୍ତ ଜମାଟ ହୋଇ ରକ୍ତ ପଡ଼ିବାରୁ ଅଗସ୍ତି ମାଝୀଙ୍କ ପରିବାର ଲୋକଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରୁ ଡାକ୍ଟରମାନେ ପରିବାର ଲୋକଙ୍କୁ ଭୁବନେଶ୍ୱର ନେଇ ସିଟିସ୍କାନ କରିବାକୁ ଜଣାଇଥିଲେ।

ଅଗସ୍ତି ମାଝୀଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ଆଜି ଅମ୍ବିକା ମାଝୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର