ଜୟପୁର: ନବରଙ୍ଗପୁର ଟାଉନଥାନା ଅର୍ନ୍ତଗତ ଇଛାବତୀଗୁଡା ଅଂଚଳର ଜୈନେକା ମହିଳାଙ୍କୁ କୁସୁମି ଅଂଚଳର ଖ୍ରୀଷ୍ଠଫୋର ହରିଜନ ନାମକ ଜଣେ ବ୍ୟକ୍ତି ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ କରିଥିବା ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ନେଇ ଆଜି ଉକ୍ତ ମହିଳାଙ୍କର ଡାକ୍ତରୀ ମାଇନା ସରିଥିବା ବେଳେ ଆସନ୍ତାକାଲି ୧୬୪ବୟାନ ନିଆଯିବ ବୋଲି କହିଛନ୍ତି ମହିଳା ଥାନା ଅଧିକାରୀ ଅନିତା କୁଜୁର।

Advertisment

ସୂଚନା ଅନୁଯାୟୀ, ନବରଙ୍ଗପୁର ଟାଉନଥାନା ଅର୍ନ୍ତଗତ ଇଛାବତୀଗୁଡା ଅଂଚଳର ଜୈନେକା ମହିଳା ଇଭନିଂୱାକରେ ଯାଇଥିଲେ। ସେ ଘରକୁ ଫେରୁଥିବା ସମୟରେ ବାଟରେ କୁସୁମି ଅଂଚଳର ଖ୍ରୀଷ୍ଠଫୋର ହରିଜନ ନାମକ ଯୁବକ ତାଙ୍କୁ ବାଇକରେ ଲିଫ୍ଟ ଦେବାକୁ କହିଥିଲେ। ବାଇକରେ ବସାଇ ଜୋର ଜବରଦସ୍ତ ତାଙ୍କୁ ଇନ୍ଦ୍ରାବତୀ ନଦୀ କୂଳକୁ ନେଇ ସେଠାରେ ତାଙ୍କ ଇଛା ବିରୋଧରେ ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରାଯାଇ ତାଙ୍କର ଡାକ୍ତରୀ ମାଇନା କରାଯାଇଥିଲା। ମହିଳାଙ୍କର ୧୬୪ବୟାନ ଲିପିବଦ୍ଧ ଆସନ୍ତାକାଲି କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ମହିଳା ଥାନା ଅଧିକାରୀ ।