ଆନନ୍ଦପୁର: ପିଠିରେ ତୀର ପଶିଥିବା ଅବସ୍ଥାରେ ମହିଳାଙ୍କୁ ଯିବାକୁ ପଡ଼ିଲା ୧୫୦ କିଲୋମିଟର

ଆନନ୍ଦପୁର: ଗୋଟିଏ କିମ୍ବା ଦୁଇ କିଲୋମିଟର ନୁହେଁ, ଜଣେ ମହିଳାଙ୍କ ନିଜ ପିଠିରେ ପଶିଥିବା ଏକ ତୀର ସହିତ ଦୀର୍ଘ ୧୫୦ କିଲୋମିଟର ଆସିବାକୁ ପଡ଼ିଛି। ତୀର ପଶିଥିବା ଯନ୍ତ୍ରଣାରେ ଶିହିରି ଉଠିଥିଳେ ମଧ୍ୟ ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବା ବେଳେ ପରିବାର ଲୋକେ ଏକ ବାଇକରେ ବସାଇ ମହିଳାଙ୍କୁ ୨୦ କିଲୋମିିଟରରୁ ଅଧିକ ଦୂର ଆନନ୍ଦପୁର ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥଲେ। ମାତ୍ର ସେଠାରେ ମଧ୍ୟ ମହିଳାଙ୍କୁ କୌଣସି ଆଶ୍ୱସ୍ତି ନ ମିଳିବାରୁ ଶେଷରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ନିଆାଯାଇଛି ।ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ କାଠପାଳ ଗାଁରେ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, କାଠପାଳ ଗାଁର ଅଭିମନ୍ୟୁ ଜେନା ନାମକ ଜଣେ ଯୁବକକୌଣସି ଘରେଶି କାରଣରୁ ଆସି ଗାଁ ଦାଣ୍ଡରେ ଅଳି ଜେନା(୩୨ ବର୍ଷ)ଙ୍କ ପରିବାରକୁ ଅଶ୍ଳୀଳଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ବିରୋଧ କରିଥିଳେ ପଡୋଶୀ ଅଳି ଜେନା(୩୨ ବର୍ଷ) ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଅଭିମନ୍ୟୁ କ୍ରୋଧରେ ଅନ୍ଧ ହୋଇ ଘରକୁ ଯାଇ ଧନୁତୀର ଆଣି ଅଳିଙ୍କ ଉପରକୁ ମାରିଥିଲେ। ଗୋଟିଏ ତୀର ଅଳିଙ୍କ ପିଠିରେ ଗଳି ଯାଇଥିଲାା। ଫଳରେ ଅଳି ସେଠାରେ ପଡ଼ି ଯାଇଥିଲେ। ସଙ୍ଗେ ସଙ୍ଗେ ଅଳିଙ୍କୁ ଏକ ମୋଟରସାଇାକଲରେ ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କ ପିଠିରୁ ତୀର କାଢ଼ିବା ସମ୍ଭବ ନ ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ପଠାଯାଇଛି।

ସମ୍ବନ୍ଧିତ ଖବର