ବାରିପଦା: କଥାରେ ଅଛି ‘ରଖିଲେ ହରି ମାରିବ କିଏ ’। ଏଭଳି ଘଟଣା ବାରିପଦା ସହର ଭଞ୍ଜପୁର ରେଳଷ୍ଟେସନରେ ଘଟିଛି। ପ୍ଲାଟଫର୍ମ ଓ ରେଳ ମଝିରେ ଜଣେ ଯୁବତୀ ଦୀର୍ଘ ସମୟ ଧରି ଫସି ରହିଥିଲେ ବି ତାଙ୍କର ସୌଭାଗ୍ୟବଶତଃ କୌଣସି କ୍ଷତି ହୋଇନାହିଁ । ଯୁବତୀଙ୍କ ପରିଚୟ ବେତନଟୀ ଅଂଚଳର ଅନୀତା ସାହୁ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବାଙ୍ଗିରିପୋଷି-ବାରିପଦା-ବାଲେଶ୍ୱର ଡିଏମୟୁ ଟ୍ରେନ ବାଙ୍ଗିରିପୋଷିରୁ ଆସି ଭଞ୍ଜପୁର ଷ୍ଟେସନରେ ପହଞ୍ଚିଥିଲା । ଭଞ୍ଜପୁରଠାରୁ ବାଲେଶ୍ୱର ଅଭିମୁଖେ ଟ୍ରେନ ଛାଡିଥିଲା । ଟ୍ରେନର ବେଗ କମ ଥିବାରୁ ଅନୀତା ଟ୍ରେନରେ ଚଢିବାକୁ ଉଦ୍ୟମ କରିଥିଲେ । କିନ୍ତୁ ହଠାତ ତାଙ୍କର ଗୋଡ ପ୍ଲାଟଫର୍ମ ଓ ରେଳ ମଝିରେ ଖସିପଡିଥିଲା । ତେବେ ଟ୍ରେନ ଚାଲୁଥିବାରୁ ତାଙ୍କୁ କେହି ଉଦ୍ଧାର କରିବାକୁ ସାହସ କରି ନଥିଲେ ।
/sambad/media/post_attachments/wp-content/uploads/2019/11/TRAIN-1-750x430-1-246x300.jpg)
ଟ୍ରେନ ଯିବା ପରେ ଅନୀତାକୁ ସୁରକ୍ଷିତ ଭାବେ ପ୍ଲାଟଫର୍ମରୁ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯାଇଥିଲା। ଅନୀତା ସାଙ୍ଗମାନଙ୍କ ସହ ବାରିପଦା ମେଳା ଦେଖିବାକୁ ଆସିଥିଲେ । ଡିଏମୟୁ ଟ୍ରେନରେ ଘରକୁ ଫେରିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ଯୁବତୀଙ୍କ ଗୋଡ ଓ ହାତରେ ଗୁରୁତର ଆଘାତ ଲାଗିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/TRAIN-1-750x430.jpg)