ଖୋର୍ଦ୍ଧା : ମହିଳାଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା : ଖୋର୍ଦ୍ଧା ସହରର ବିଡିଏ କଲୋନୀରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ସୂଚନା ପାଇ ପୁଲିସ ଶବ ଜବତ କରିବା ସହ ଏନେଇ ମାମଲା ରୁଜୁ କରିଛି ।

ସୂଚନାନୁସାରେ, ଆଜି ସକାଳେ ବିଡିଏ କଲୋନୀ ଏଲ୍ ୩୨ରେ ରହୁଥିବା ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଟାଉନ୍ ଥାନା ପୁଲିସ ସୂଚନା ପାଇଥିଲା । ପୁଲିସ ଘଟଣାସ୍ଥଳରେ ପହଂଚି ମହିଳାଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏନେଇ ମାମଲାର ତଦନ୍ତ ଦାୟିତ୍ୱ ନେଇଥିବା ଏସ୍ଆଇ ବିଜୟ କେତନ ବେହେରା କହିଛନ୍ତି ଯେ ମୃତ ମହିଳାଙ୍କ ନାମ ଲକ୍ଷ୍ମୀପ୍ରିୟା ସାହୁ (୪୬), ତାଙ୍କ ସ୍ୱାମୀ ସୁବ୍ରତ କୁମାର ସାହୁ ଘରୋଇ ଟ୍ୟୁସନ୍ କରି ରୋଜଗାର କରନ୍ତି ।

ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି, ଉଭୟ ବଢ଼ନ୍ତି । ସେମାନଙ୍କ ଘର ବଙ୍ଗିଦା ରାଧାମାଧବପୁର ସେମାନେ ଖୋର୍ଦ୍ଧାରେ ଭଡ଼ା ଘରେ ରହୁଥିଲେ । ଆଜି ସକାଳେ ସୁବ୍ରତ ବାଘମାରୀ ଟ୍ୟୁସନ୍ ପାଇଁ ଯାଇଥିବା ବେଳେ ତାଙ୍କର ପୁଅଝିଅ ତାଙ୍କୁ ଫୋନ୍ କରି ମା’ ଆତ୍ମହତ୍ୟା କରିଥିବା କଥା ସୂଚନା ଦେଇଥିଲେ । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିବା ବେଳେ ଘରର ଏକ ପ୍ରକୋଷ୍ଠରେ ସେ ପିନ୍ଧିଥିବା ଲୁଗା ଦ୍ୱାରା ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ୭୦/୨୦୨୧ରେ ଏକ ମାମଲା ରୁଜୁ କରାଯିବା ସହ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି । ପ୍ରାଥମିକ ଅନୁସନ୍ଧାନରୁ ଲକ୍ଷ୍ମୀପ୍ରିୟା ଗତ କିଛି ବର୍ଷ ଧରି ମାନସିକ ବ୍ୟାଧିରେ ପୀଡ଼ିତ ଥିଲେ, ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର