ଯୌତୁକ ନିର୍ଯାତନା: ନବବିବାହିତା ମହିଳାଙ୍କୁ ଲୁହା ରଡ଼ରେ ମାଡ଼ମାରିବା ଅଭିଯୋଗ

ଭଦ୍ରକ: ଧୂଷୁରୀ ଥାନା ଅନ୍ତର୍ଗତ ସେଣ୍ଡିଆ ଗ୍ରାମରେ ଯୌତୁକଜନିତ ବଧୂ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ସୁଧାଂଶୁ ଶେଖର ମିଶ୍ରଙ୍କୁ ଗତ ଫେବ୍ରୁଆରି ମାସରେ ସରୋଜିନୀ ପଣ୍ଡା ନାମକ ଜଣେ ଯୁବତୀ ବିବାହ କରିଥିଲେ। ବିବାହର ଦୁଇ ମାସ ପରେ ଅଧିକ ଏକ ଲକ୍ଷ ଯୌତୁକ ଦାବିକରି ସ୍ୱାମୀ, ଦିଅର, ଶାଶୂ ଓ ଶ୍ୱଶୁର ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ଏହି ନର୍ଯାତନା ଏବେ ଚରମ ସୀମାରେ ପହଞ୍ଚିଛି। ଲୁହା ରଡରେ ସରୋଜିନୀଙ୍କୁ ତାଙ୍କ ଦିଅର ପିଟିବାରୁ ସେ ଗୁରୁତର ହୋଇଛନ୍ତି।

ଖବର ପାଇ ସରୋଜିନୀଙ୍କୁୁ ବାପଘର ଲୋକେ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଏମିତିକି ତାଙ୍କ ଶ୍ୱଶୁର ଘର ଲୋକେ ସରୋଜିନୀଙ୍କ ଗର୍ଭ ନଷ୍ଟ କରିଛନ୍ତି ବୋଲି ଧୂଷୁରୀ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରିଛି ସତ କିନ୍ତୁ ତଦନ୍ତ ପାଇଁ ଆଗ୍ରହ ଦେଖାଉ ନାହିଁ ବୋଲି ପରିବାର ଲୋକେ ଗଣମଧ୍ୟମକୁ କହିଛନ୍ତି। ସରୋଜିନୀଙ୍କ ସ୍ୱାମୀ, ଶ୍ୱଶୁର, ଶାଶୂ ଓ ଦିଅରଙ୍କୁ ଗିରଫ କରା ନ ଗଲେ ପରିବାର ଲୋକେ ଧାରଣାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର