ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ନୂଆଗାଁ ପଞ୍ଚାୟତର ଖୁଣ୍ଟିବଣି ଗାଁରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅଗ୍ନିକାଣ୍ଡରେ ୮ଟି ଗାଈ ଓ ୮ ଛେଳି ମଧ୍ୟ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଗ୍ରାମର ଦୁଲୁ ମାରାଣ୍ଡିିଙ୍କ ପରିବାର ଲୋକେ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ଘରେ ଏକୁଟିଆ ଦୁଲୁ ମାରାଣ୍ଡି ରହିଥିଲେ। ତେବେ ଘରେ ନିଘୋଡ଼ ନିଦରେ ଦୁଲ ମାରାଣ୍ଡି ଶୋଇଥିବା ବେଳେ କୌଣସି କାରଣରୁ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଦୁଲୁ ମାରାଣ୍ଡି ଜୀବନ୍ତ ଦଗ୍ଧ ହାଇ ଯାଇଥିବା ବେଳେ ତାଙ୍କ ଗୁହାଳରେ ଥିବା ୮ଟି ଗାଈ ଓ ୮ଟି ଛେଳି ମଧ୍ୟ ପୋଡ଼ି ମରିଯାଇଛନ୍ତି।
ଉଦଳା: ଅଗ୍ନିକାଣ୍ଡରେ ମହିଳାଙ୍କ ସମେତ ୮ ଗାଈ, ୮ ଛେଳି ଜୀବନ୍ତ ଦଗ୍ଧ
/sambad/media/post_attachments/wp-content/uploads/2018/01/udala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)