ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ମାମଲା, ତିନି ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ କାରାଦଣ୍ଡ

ବାରିପଦା: ଆଜି ମୟୂରଭଞ୍ଜ ଜିଲ୍ଲା ସହକାରୀ ଦୌରାଜଜ୍‌ ଦୀପକ କୁମାର ସାହୁ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ତିନି ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଜଣେ ମହିଳାଙ୍କ ସମେତ ଦୁଇ ଜଣ ପୁରୁଷ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାତ ବର୍ଷ ଜେଲ୍‌ ଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ ହୋଇଛନ୍ତି। ଜରିମାନା ଅନାଦେୟ ଦୋଷୀମାନଙ୍କୁ ଅଧିକ ତିନି ମାସ ଜେଲ ଦଣ୍ଡ ଭୋଗିବାକୁ ହେବ।

ଦୋଷୀ ସାବ୍ୟସ୍ତ ଅଭିଯୁକ୍ତମାନେ ହେଲେ ଝାରପୋଖରିଆ ଥାନା ଅନ୍ତର୍ଗତ ଶିର୍‌ଶା ପକପକା ମାହାରିଆ ସାହିର ଚରଣ ମାଝୀ (୫୦), ଗୋବିନ୍ଦ ମାଝୀ (୪୫) ଓ ପାରାଓ ମାଝୀ (୪୦)। ସୂଚନାଯୋଗ୍ୟଯେ ଅଭିଯୁକ୍ତମାନେ ୨୧ ମାର୍ଚ୍ଚ ୨୦୧୯ରେ ଉକ୍ତ ଗ୍ରାମର ରାଇମାତ ମାଝୀଙ୍କୁ ଠେଙ୍ଗା ଓ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଏନେଇ ଝାରପୋଖରିଆ ଥାନାରେ ମାମଲା ନମ୍ବର ୩୬/୨୦୧୯ ରୁଜୁ ହୋଇ ତଦନ୍ତ ଚାଲିଥିଲା । ଏହି ମାମଲାରେ ମୋଟ ୧୨ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ସରକାରଙ୍କ ତରଫରୁ ମାମଲାକୁ ଏପିପି ବ୍ରଜେନ୍ଦ୍ର କୁମାର ମହାନ୍ତି ପରିଚାଳନା କରୁଥିଲେ । ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ସନ୍ତୋଷ ସେନାପତି ମାମଲା ପରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର