ଜୟପୁର: ସ୍ଥାନୀୟ କୋରାପୁଟ ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରରେ ମହିଳା ଅଦାଲତ ଉଦଘାଟିତ ହୋଇଯାଇଛି। ଭିଡିଓ କନଫେରନସିଂ ମାଧ୍ୟମରେ ହାଇକୋର୍ଟର ମୁଖ୍ୟବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି କୃଷ୍ଣରାମ ମହାପାତ୍ର ମିଳିତ ଭାବେ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଜିଲ୍ଲାଦ‌ୌରାଜଜ୍ ବିମଳ କୁମାର ଚାନ୍ଦ, ଜିଲ୍ଲାପାଳ ଅବଦାଲ ମହମ୍ମଦ ଆଖତର, ଏସପି. ଜି.ବରୁଣ, ଭିଜିଲାନସ୍ ଜଜ୍ ରାଜେଶ ଏକ୍କା, ପରିବାର ଅଦାଲତ ଜଜ୍ ଦିଗାମ୍ବର ପୃଷ୍ଟି, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜେଶ ନାୟର, ରେଜିଷ୍ଟ୍ରାର ଶରତ କୁମାର ଜେନା, ସିଭିଲ୍ ଜଜ୍ ମୁସାରତ ଜହିଦ, ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶୁଭ ଗୌତମ ମିଶ୍ର, ଏସଡିଜେଏମ୍ ଜନ୍ମେଜୟ ପଲୋଇ, ଜେଏମଏଫସି ସୁନିଲା ମିଶ୍ର, ପଲ୍ଲବୀ ପ୍ରିୟଦର୍ଶନୀ ଦାସ, ଚରଣ କୁମାର ଜେନା, ଜିଲ୍ଲା ଆଇନଜୀବୀ ସଂଘର ଉପସଭାପତି ପିଣ୍ଟୁ ମାଝୀ, ସଂପାଦକ ଆନନ୍ଦ ରଥ, ସହସଂପାଦକ ଗିରଧର ଖରା, ପବ୍ଲିକ ପ୍ରସିକ୍ୟୁଟର ଶୌ‌ଳଜା ପଟ୍ଟନାୟକଙ୍କ ସମେତ ଆଇନଜୀବୀ ସଂଘର ଅନ୍ୟ ଆଇନଜୀବୀ ମାନେ ଉପସ୍ଥିତ ଥିଲେ।

Advertisment

ଏହି କୋର୍ଟ ହେବା ଦ୍ବାରା ବିଭିନ୍ନ ମହିଳା ଘରୋଇ ହିଂସା ଓ ଅନ୍ୟାନ୍ୟ ମହିଳା ସମ୍ବନ୍ଧୀୟ ମାମଲା ଅଲଗାରେ ଏହି କୋର୍ଟ ମାଧ୍ୟମରେ ଶୁଣାଣୀ ହୋଇପାରିବ। କୋରାପୁଟ ଜିଲ୍ଲାର ୫୮୯ଟି ମହିଳା ସମ୍ବନ୍ଧୀୟ ମାମଲା‌ ବିଚାରାଧୀନ ରହିଛି। ଏହି କାର୍ଯ୍ୟକ୍ରମ ପରିଚାଳନାରେ ରଜନୀକାନ୍ତ ଲିମା, ଜିଲ୍ଲା ଅଦାଲତର ନ୍ୟାୟ ପରିଚାଳକ ନିତ୍ୟାନନ୍ଦ ମହାନ୍ତି, ସିରସ୍ତାଦାର ଅନନ୍ତ ବିଜୟ ଧୀବର, ବରିଷ୍ଠ କିରାଣୀ ପ୍ରଦୀପ କୁମାର ମିଶ୍ର, ଶିବ ଚରଣ ଜେନା, ନାଜିର ଏ.ରମେଶ କୁମାର ପ୍ରମୁଖ ସହଯୋଗ କରିଥିଲେ।