କାମାକ୍ଷାନଗର: ବନ୍ଦ ଘରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ । ମୃତକଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଲୋକନାଥପୂର ଗ୍ରାମର ଲକ୍ଷ୍ମି ଖୁଣ୍ଟିଆ (୨୦ବର୍ଷ) । ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସିଡି ଘରର କବାଟ ଖୋଲା ଥିବାରୁ ଦୂର୍ବୁତ୍ତ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2024/03/aaaawwwww.jpg)