ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ତମସା ପଞ୍ଚାୟତର ରାଉଲିଗୁଡା ଗ୍ରାମରେ ଗତକାଲି ରାତିରେ ଜଣେ ମହିଳାଙ୍କୁ ସାପ କାମୁଡି ଦେବା ଫଳରେ ତାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ରାଉଲିଗୁଡା ଗ୍ରାମରେ ବାସ କରୁଥିବା ଶିବା ମାଡକାମୀ ଏବଂ ତାଙ୍କ ପତ୍ନୀ ଉଙ୍ଗି ମାଡକାମୀ ପ୍ରତିଦିନ ଭଳି ଗତକାଲି ରାତିରେ ରାତ୍ରୀଭୋଜନ ସାରି ଶୋଇପଡିଥିଲେ। ତେବେ ରାତି ଅଧରେ ଏକ ବିଷଧର ସାପ ଘରେ ପଶି ଉଙ୍ଗିଙ୍କୁ କାମୁଡି ଦେଇଥିଲା ।
ତେବେ ଉଙ୍ଗି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ତେବେ ସ୍ବାମୀ ଏବଂ ପରିବାର ଲୋକେ କଣ ହେଲା ବୋଲି ଦେଖିଲା ବେଳକୁ ଏକ ବିଷାକ୍ତ ସାପ ସେଠି ରହିଥିଲା। ତୁରନ୍ତ ଉଙ୍ଗିଙ୍କୁ ମାଲକାନଗିରି ଡାକ୍ତରଖାନାକୁ ଆଣିଥିଲେ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଉଙ୍ଗିର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ।ଏହି ପରିବାର ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ତୁରନ୍ତ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Mkg-snake-bitewoman-dead-2.jpg)