ଠକଙ୍କ କବଳରେ ପଡି ଠକାମୀର ଶିକାର ହେଲେ ମହିଳା ଗୋଷ୍ଠୀ

ବୈପାରିଗୁଡା: “ଫୋନ ପେ”ରେ ଠକାମିର ଶିକାର, ହେବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏକାଧିକ ମହିଳା | ବୈପାରିଗୁଡା ଥାନା ଅନ୍ତର୍ଗତ ପୋଡ଼େଇଗୁଡ଼ା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ମହିଳାମାନେ ଜୟପୁର ସ୍ଥିତ ସ୍ୱତନ୍ତ୍ର ଫାଇନାନ୍ସ କମ୍ପାନିଠାରୁ ଋଣ ଆକାରରେ ଆଣିଥିବା ଟଙ୍କା କିସ୍ତି ହିସାବରେ ସପ୍ତାହକୁ ଥରେ ଟଙ୍କା ପୈଠ କରିଥାନ୍ତି। ହେଲେ ଏହାର ସୁଯୋଗ ନେଇ କେହି ଜଣେ ସ୍ୱତନ୍ତ୍ର ଫାଇନାନ୍ସ କମ୍ପାନି ନାଁ ରେ ଫୋନରେ ଫେକ କଲ୍ କରି କହିଥିଲେ ଯେ, ସ୍ୱତନ୍ତ୍ର ଫାଇନାନ୍ସ କମ୍ପାନି ପକ୍ଷରୁ ଏକ ସୁଯୋଗ ଆସିଛି।

ଜଣକ ପିଛା ୨୫୦୦ ଟଙ୍କା ବାନ୍ଧିଲେ କୋଡ଼ିଏ ହଜାର ଟଙ୍କା ସଙ୍ଗେ ସଙ୍ଗେ ଆକାଉଣ୍ଟରେ ଆସିବ | ଫାଇନାନ୍ସ କମ୍ପାନୀଠାରୁ ଋଣ ବାବଦକୁ ଆଣିଥିବା ନିରୀହ ମହିଳାମାନେ ସଙ୍ଗେ ସଙ୍ଗେ ଫେକ କଲ ନମ୍ବରରେ ଫୋନ ପେରେ ଟଙ୍କା ପୈଠ କରିଥିଲେ |

ହେଲେ ପରେ ସ୍ୱତନ୍ତ୍ର ଫାଇନାନ୍ସ କମ୍ପାନୀ ବ୍ରାଞ୍ଚ ମ୍ୟାନେଜର ପ୍ରସନ୍ନ କୁମାରଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ ସେଭଳି କିଛି ଯୋଜନା ନାହିଁ | ବର୍ତ୍ତମାନ ଠକେଇର ଶିକାର ହେବା ପରେ ମହିଳାମାନେ ବୈପାରିଗୁଡା ଥାନାର ଦ୍ୱାରସ୍ଥ ହେଇଛନ୍ତି |

ସମ୍ବନ୍ଧିତ ଖବର