କୋଭିଡ ଟିକାକରଣ‌ରେ ପଛରେ ପଡିଲେ ପୁରୁଷ: ୫୨ ପ୍ରତିଶତ ମହିଳା ନେଇଛନ୍ତି ଟିକା, ସବୁଠୁ ଆଗରେ କୋଟପାଡ ଓ ବୋରିଗୁମ୍ମା

କ‌ୋରାପୁଟ: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଏବେ ‌ରେକର୍ଡ କରିବାକୁ ଯାଉଛି। ଅନ୍ୟ‌କ୍ଷେତ୍ରରେ କୋରାପୁଟ ଜିଲ୍ଲାର ମହିଳା ପଛରେ ପଡିଥିବାବେଳେ କୋଭିଡ-୧୯ ଟିକାକରଣରେ ପୁରୁଷ ପ୍ରାଧାନ୍ୟତାକୁ କାଟି ମହିଳା ଆଗରେ ରହିଛନ୍ତି। ପଛୁଆ ଜିଲ୍ଲା ଭାବେ କୁହାଯାଉଥିବା କୋରାପୁଟ ଜିଲ୍ଲାରେ ମହିଳାଙ୍କ ଏପରି ମନୋଭାବ ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି। କୋରାପୁଟ ଜିଲ୍ଲାର ଏବେ ୫୨ ପ୍ରତିଶତ ମହିଳା କୋଭିଡ ଟିକା ନେଇଥିବାବେଳେ ପୁରୁଷ ୪୮ ପ୍ରତିଶତ ମାତ୍ର ଟିକାକରଣରେ ଭାଗ ନେଇଛନ୍ତି।

ତେବେ ସବୁଠୁ ବଡ କଥା ହେଲା ଜିଲ୍ଲାର ୧୪ଟି ବ୍ଲକ ଓ ୪ଟି ପୌରାଞ୍ଚଳକୁ କାଟି ରେକର୍ଡ ସୃଷ୍ଟି କରିଛି କୋଟପାଡ। ସର୍ବାଧିକ ଭାବେ କୋଟପାଡରେ ଅଧିକ ଟିକାକରଣ କରାଯାଇଥିବା ଜଣାପଡିଛି। ଖାଲି ସେତିକି ନୁହେଁ କୋରାପୁଟ ଜିଲ୍ଲାର ମହିଳା ମାନେ ନିଜେ ଟିକା ନେଇଛନ୍ତି ତାହା ନୁହଁ ଘରେ ରହିଥିବା ପରୁଷଙ୍କୁ ମଧ୍ୟ ଟିକାକୁ ନେବାକୁ ପ୍ରାଧାନ୍ୟ ଦେଇଛନ୍ତି। ସହରାଞ୍ଚଳରେ ଟିକାଦାନ ପାଇଁ ଯେତିକି ଉତ୍ସାହ ଦେଖିବାକୁ ମିଳି ନ ଥିଲା ସେତିକି ଉତ୍ସାହ ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲାର ଗ୍ରାମକେନ୍ଦ୍ରୀକ ଛୋଟ ଛୋଟ ଗାଁ।  ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲା ୫୯ଟି ଟିକାକରଣ କେନ୍ଦ୍ରରେ ଏବେ ୧୦ ଲକ୍ଷ ୯ଜହାର ୯୪ଜଣ ଟିକା ପ୍ରଦାନ କରାଯାଇଥିବାବେଳେ ୭ ଲକ୍ଷ ୫୯ ହଜାର୮୯୦ ଜଣ ପ୍ରଥମ ଡୋଜ୍‌ ଟିକା ଓ ୨ଲକ୍ଷ ୪୯ ହଜାର ୨୦୪ଜଣ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ଆଜି ଜିଲ୍ଲାରେ ୩୩୩୭ଟି ଟିକା ପ୍ରଦାନ କରାଯାଇଥିବାବେଳେ ଆଗକୁ ଆହୁରୀ ଲକ୍ଷାଧିକ ଟିକା ପ୍ରଦନ କରାଯିବାକୁ ଯୋଜନା ରହିଛି।

ତେବେ ଏବେ ସୁଦ୍ଧା କୋରାପୁଟ ଜିଲ୍ଲାରେ ୫ଲକ୍ଷ ୧୯ହାଜାର ୯୭୧ ଜଣ ମହିଳା ଟିକା ନେଇଥିବାବେଳେ ୪ ଲକ୍ଷ ୮୮ ହଜାର ୮୧୫ ଜଣ ପୁରୁଷ ଟିକା ନେଇଛନ୍ତି। ଜିଲ୍ଲାରେ କେବଳ କୋଭିସିଲ୍ଡ ଟିକା ଦିଆଯାଇଥିବାବେଳେ କୋଭାକ୍ସିନ୍ ଓ ସ୍ପୁଟ୍‌ନିକ୍‌ ଭି କେବେ ପ୍ରଦାନ କରାଯିବ ତାହା ସ୍ପଷ୍ଟ ‌ହୋଇପାରିନି। ଜିଲ୍ଲାରେ ଏବେ ୧୮ ରୁ ୪୪ ବର୍ଷ ମଧ୍ୟରେ ୫ ଲକ୍ଷ ୭୦୨ ଜଣ ଟିକା ନେଇଥିବାବେଳେ ୨ ଲକ୍ଷ ୮୬ ହଜାର ୦୬୫ଟି ଟିକା ୪୫ ରୁ ୬୦ ବର୍ଷୀୟଙ୍କୁ ପ୍ରଦାନ କରାଯାଇଛି। ସେହିପରି ୨ଲକ୍ଷ ୨୨ ହଜାର ୩୨୭ ଟିକା ୬୦ ବର୍ଷରୁ ଅଧିକଙ୍କୁ ଟିକା ପ୍ରଦାନ କରାଯାଇଛି। ତେବେ ଏହା ବ୍ୟତୀତ କୋରାପୁଟ ଜିଲ୍ଲାରେ ଟିକାକରଣକୁ ନେଇ ଆଉ ଏକ ସମସ୍ୟା ଆଗକୁ ଆସିଛି। ପ୍ରଥମ ଡୋଜରେ ସର୍ବାଧିକ ଟିକା ପ୍ରଦାନ କରାଯାଇଥିବାବେଳ ଦ୍ବିତୀୟ ଡୋଜରେ କମ୍‌ ସଂଖ୍ୟକ ଟିକା ପ୍ରଦାନ କରାଯିବା ଟିକ‌େ ଚିନ୍ତାର ବିଷୟ ପାଲଟିଛି। ପ୍ରଥମ ଡୋଜରୁ ଦ୍ବିତୀୟ ଡୋଜ ମଧ୍ୟରେ ୮୩ ଦିନର ବ୍ୟବଧାନ ହୋଇଥିବାରୁ ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ସମସ୍ୟା ଦେଖିକୁ ମିଳିଛି। ଲୋକେ ପ୍ରଥମ ଡ଼ୋଜ ନେବା ପରେ ଦ୍ବିତୀୟ ଡୋଜ ପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁ ନଥିବା ପରିସଂଖ୍ୟାନରୁ ସ୍ପଷ୍ଟ ହେଉଛି। ଏଥିରେ ନେଟ୍‌ୱାକ ଓ ଖାମଖିଆଲି ମନୋଭାବ ମଧ୍ୟ ଦାୟୀ ହୋଇପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।

Sambad

ଅନ୍ୟପକ୍ଷରେ କୋଟପାଡ ସିଏଚସିରେ ୩୫ ହଜାର ୬୯୨, ସିଏଚସି ବୋରିଗୁମ୍ମାରେ ୩୦ ହଜାର ୩୫୧, ଜୟପୁର ଡିଏଚଏଚରେ ୨୮ ହଜାର ୩୩୨, ସିଏଚସି ଲକ୍ଷ୍ମୀପୁରରେ ୨୪ ହଜାର ୩୭୯, ଗାନ୍ଧିନଗର ୟୁପିଏଚସି-୧ରେ ୨୩ ହଜାର ୮୧୫, ନନ୍ଦପୁର ସିଏଚସିରେ ୨୩,୩୧୩, ନାରାୟଣପାଟଣାରେ ୨୩,୧୩୨, ସିଏଚସି କୁନ୍ଦୁଲିରେ ୨୨୦୬୫, ସୁନାବେଢା ମହିଳା ମହାବିଦ୍ୟାଳୟରେ ୨୨୦୩୮, ସିଏଚସି ପଟାଙ୍ଗୀରେ ୨୧୭୭୬, ଏସଏଲଏନ ଏମସିଏଚରେ ୨୧୪୩୦, ପାଡୱାରେ ୨୧ ୧୫୬, କୁନ୍ଦୁରାରେ ୧୯,୮୫୩, ସସିଏଚସି ବନ୍ଧୁଗାଁରେ ୧୯୫୯୬, ୟୁପିଏଚସି ସେମିଳିଗୁଡାରେ ୧୮୯୯୦, କୁମ୍ଭାରସାହି ୟୁପିଏଚସିରେ ୧୮୯୦୯, ରାବଣାପୁଡା ସିଏଚସିରେ ୧୭୬୩୭, ଦଶମନ୍ତପୁର ସିଏଚସିରେ ୧୬ ୪୭୯, ମୋହୁଲି ଏସସିରେ ୧୫,୩୨୩, ଲମତାପୁଟ‌ରେ ୧୪୩୯୫, ଟେଙ୍କର ଏସିରେ ୧୩୭୯୩, ପିଏଚସି କୁମୁଲିରେ ୧୩୬୮୮, ପିଏଚସି ବଡଜିଉନାରେ ୧୩୬୪୩, ପୋଡାଗଡ ସିଏଚସିରେ ୧୩୬୪୧, ଶୁଙ୍କି ପିଏଚସିରେ ୧୩ ୬୩୦, ପୁକାଲି ପିଲଚସିରେ ୧୩୨୪୩, ପିଏଚସି କାକିରିଗୁମ୍ମା ୧୨୯୩୯, ପିଏଚସି କୁସୁମି କୋଡପାଡରେ ୧୧୦୮୮, ଉମୁରୀ ସୌରାଗୁଡା ରାବଣାଗୁଡାରେ ୧୧୦୦୮, ପିଲଚସି ଚାନ୍ଦିଲି କୋଟପାଡାରେ ୧୦୭୦୯ ଟିକା ପ୍ରଦାନ କରାଯାଇଛି। ସେହିପରି ୫୯ଟି ଟିକାକରଣରେ ଟିକା ପ୍ରଦାନ କରାଯାଇଛି। କୋରାପୁଟ ଜିଲ୍ଲାରେ ୨୦୨୧ ଆଧାର ତଥ୍ୟ ଅନୁସାରେ ୧୩ ଲକ୍ଷ ୬୨ ହଜାର ୬୪୫ ଜନସଂଖ୍ୟା ରହିଛି। ୨୦୧୧ ଜନଗଣନା ଅନୁସାରେ ୧୩ ଲକ୍ଷ ୭୯ ହଜାର ୬୪୭ ଜନସଂଖ୍ୟା ରହିଥିବାବେଳେ ୬ ଲକ୍ଷ ୭୮୮୦୯ ଜଣ ପୁରୁଷ ଓ ୨ ଲକ୍ଷ୨୭ ହଜାର ୨୪୭ ଜଣ ମହିଳା ରହିଛନ୍ତି।

 

ସମ୍ବନ୍ଧିତ ଖବର