ବାରିପଦା: ଆଜି ସନ୍ଧ୍ୟାରେ ବାରିପଦା ସଦର ଥାନା ଅନ୍ତର୍ଗତ କରଞ୍ଜିଆ ପୋଲ ନିକଟରେ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ସଦର ଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟା ବ୍ଲକ୍ର ନିଳୀମା ସେନାପତି ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ମୃତକଙ୍କ ସ୍ବାମୀ ଧୀରେନ ଚନ୍ଦ୍ର ସେନାପତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟାରେ ମୃତକ ମହିଳା ଏବଂ ତାଙ୍କ ସ୍ବାମୀ ଜେଏଚ୍-୦୫-ଏଡି-୦୬୭୯ ନମ୍ବର ବିଶିଷ୍ଟ ସ୍କୁଟିରେ ବାରିପଦା ଅଭିମୁଖେ ଆସୁଥିଲେ। କରଞ୍ଜିଆ ପୋଲ ନିକଟରେ ପଛରୁ ଦ୍ରୁତଗତିରେ ଆସୁଥିବା ଓଡ଼ି-୦୫-ଡବ୍ଲ୍ୟୁ-୫୮୧୯ ନମ୍ବର ବିଶିଷ୍ଟ ଏକ ଡମ୍ଫର ଧକା ଦେଇଥିଲା। ଫଳରେ ଘଟଣାସ୍ଥଳରେ ନିଳୀମାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଦୁର୍ଘଟଣା ଘଟାଇଥିବା ଡମ୍ଫରକୁ ଜବତ କରିଛି। ଗାଡି ଡ୍ରାଇଭର୍ ମଧ୍ୟ ଥାନାରେ ଅଟକ ଥିବା ସଦର ଥାନା ଆଇଆଇସି ପ୍ରେମଦା ନାୟକ ସୂଚନା ଦେଇଛନ୍ତି।
ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ, ସ୍ବାମୀ ଗୁରୁତର
ସ୍କୁଟିରେ ବାରିପଦା ଆସୁଥିଲେ, ପଛରୁ ପିଟିଲା ଡମ୍ଫର
/sambad/media/post_attachments/wp-content/uploads/2021/03/Accident_Sambad-Graphic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)