ପମ୍ପ ହାଉସ୍‌ରେ ତାଲା ମାରିଲେ ମହିଳା

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ପିପିଳିଆରେ ପାନୀୟଜଳ ସମସ୍ୟା ନେଇ ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ସମସ୍ୟା ସମାଧାନ ନହେବାରୁ ଆଜି ମହିଳାମାନେ ପମ୍ପ ହାଉସ୍‌ରେ ତାଲା ମାରିଛନ୍ତି। କାଳିଆବେଡ଼ାସାହି, ଚତୁରିସାହି ଓ ଭାଲୁପାହାଡ଼ି ସାହିବାସୀଙ୍କୁ ପାଇପ୍‌ ପାଣି ମିଳୁନଥିବାରୁ ସେମାନେ ସରପଞ୍ଚ ଗୋଲାପ ନାୟକଙ୍କୁ ଲିଖିତଭାବେ ଅଭିଯୋଗ କରିଥିଲେ। ୧୫ ଦିନ ମଧ୍ୟରେ ସମସ୍ତ ସାହିକୁ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଥିଲେ। ୧୫ ଦିନ ବିତିଥିଲେ ମଧ୍ୟ ସରପଞ୍ଚ କୌଣସି ପଦ‌କ୍ଷେପ ନ ନେବାରୁ ମହିଳାମାନେ ପାଣିଟାଙ୍କି ଗୃହରେ ଅନିର୍ଦ୍ଦିଷ୍ଟ କାଳପାଇଁ ତାଲା ମାରି ଦେଇଛନ୍ତି।

ସମ୍ବନ୍ଧିତ ଖବର