ବାଦାମପାହାଡ଼: କୁସୁମୀ ବ୍ଲକ ହାଟବାଦଡ଼ା ପ୍ରାଥମିକ ସ୍କୁଲରେ ଆଜି ସକାଳେ ସ୍ଥାନୀୟ ମା’ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତାଲା ପକାଇ ଥିଲେ। ଫଳରେ ସ୍କୁଲ କାର୍ଯ୍ୟରେ ବାଧା ଉପୁଜିଥିଲା। ବିଭାଗୀୟ ଅଧିକାରୀମାନେ ଯେତେ ବୁଝାସୁଝା କରିଥିଲେ ମଧ୍ୟ କିଛି ଫଳ ମିଳି ନଥିଲା। ସୂଚନା ଅନୁସାରେ, ସଂପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଉକ୍ତ ସ୍କୁଲରେ ମଧ୍ୟାହ୍ନଭୋଜନ ଦାୟିତ୍ୱରେ ଥିଲା। କିନ୍ତୁ ବିଶୃଙ୍ଖଳା ଆଚରଣ, ନିମ୍ନମାନର ଖାଦ୍ୟ ପରିବେଷଣ ଅଭିଯୋଗରେ ବିଇଓ ସୁରେନ୍ଦ୍ର ପାତ୍ର ଉକ୍ତ ଗୋଷ୍ଠୀକୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଅବ୍ୟାହତି ଦେଇଥିଲେ। ଏଥିରେ ସଂପୃକ୍ତ ଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଥିଲା। ଆଜି ସ୍କୁଲ ଖୋଲିବା ପୂର୍ବରୁ ଗୋଷ୍ଠୀର ସଭ୍ୟାମାନେ ପହଞ୍ଚି ଫାଟକରେ ତାଲା ପକାଇ ଦେଇଥିଲେ। ସ୍ଥାନୀୟ ଫାଣ୍ଡି ଅଧିକାରୀ, ପରିଚାଳନା କମିଟି ସଭ୍ୟ, ବିଇଓ ଶ୍ରୀ ପାତ୍ର ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଥିଲେ। ମାତ୍ର ସବୁ ଉଦ୍ୟମ ବିଫଳ ହୋଇଥିଲା। ସ୍କୁଲ ଫାଟକରୁ ତାଲା ଖୋଲି ନଥିଲା। ଏତାଦୃଶ୍ୟ କାର୍ଯ୍ୟକୁ ସବୁ ମହଲରୁ ନିନ୍ଦା କରାଯାଇଛି।
ସ୍କୁଲରେ ତାଲା ପକାଇଲେ ମହିଳା
/sambad/media/post_attachments/wp-content/uploads/2017/10/mayurbhanj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)